ଦଶହରା ଅବସରରେ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ତରଫରୁ ସାମାଜିକ ନାଟକ ପରିବେଷଣ…..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବସ ଷ୍ଟାଣ୍ଡ ଠାରେ ମା ବ୍ୟାଘ୍ରଦେବୀ ଯୁବ ସଂଗଠନ ତରଫରୁ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି I ପ୍ରଥମ ଦିନ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମେଲୋଡି ଅନୁଷ୍ଠିତ ହୋଇଥିଲା ଓ ଦ୍ୱିତୀୟ ଦିବସ ରେ ବହୁ ପ୍ରତୀକ୍ଷିତ ଦୁଃଖ ସୁଖ ଭରା ସାମାଜିକ ନାଟକ “ଆସିଛି ଏକା ଯିବି ମୁଁ ଏକା ” ନାଟ୍ୟ ପରିବେଷଣ କରାଯାଇଥିଲା I ଏହି ଦୁଇ ଦିନ ର କାର୍ଯ୍ୟକ୍ରମ ରେ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ର ସଭାପତି ଶ୍ରୀ ତନୁଜ କୁମାର ଭୋଇ ସମସ୍ତ ଅତିଥି ଙ୍କ ଉପସ୍ଥିତରେମୁଖ୍ୟ ଅତିଥି ଙ୍କ ଦ୍ୱାରା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ I ଅତିଥି ଙ୍କ ମଧ୍ୟରେ ଜି. ଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଟିକାବାଲି ସମିତି ଅଧକ୍ଷ ଶ୍ରୀ ଦିଲ୍ଲୀପ କହଁର, ରାଇକିଆ ମହାବିଦ୍ୟାଳୟ ର ବର୍ତ୍ତମାନ ର ଅଧକ୍ଷ ଦୀନବନ୍ଧୁ ମହାନ୍ତି, ରାଇକିଆ ଓ ଟିକାବାଲି ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଓ ବିଷ୍ଣୁଗୋବିନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରାମବିଶି ଦିଗାଳ, ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଜଗନ୍ନାଥ ସାହୁ,ତାରିଣୀ କମିଟି ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଭୋଇ, ବଣିକ ସଂଘ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଦୁର୍ଗାପୂଜା କମିଟି ସଭାପତି ଶ୍ରୀ ବିମଳ ଭୋଇ, ବିଶିଷ୍ଟ କଳାକାର ଶ୍ରୀଯୁକ୍ତ ଗୋବିନ୍ଦ ବେହେରା, ରାଜ୍ୟ ସ୍ତରୀୟ ବିଖ୍ୟାତ କଣ୍ଠଶିଳ୍ପୀ ଶ୍ରୀ ଜଳନ୍ଧର ଦିଗାଳ ପ୍ରମୁଖ ମଞ୍ଚାସିନ ଥିଲେ I ଅତି ଚମତ୍କାର ଅଭିନୟ ପାଇଁ ଦର୍ଶକ ସମସ୍ତ କଳାକାରଙ୍କୁ କରତାଳି ସହ ଉତ୍ସାହିତ କରିଥିଲେ I ବିଗତ 5 ବର୍ଷ ଧରି ଏହିପରି ସୁପର ହିଟ କାର୍ଯ୍ୟକ୍ରମ କରୁଥିବାରୁ ସମଗ୍ର ଟିକାବାଲି ବ୍ଲକ ରେ ଯୁବ ସଂଗଠନ କୁ ସର୍ବଦା ପ୍ରଶଂସା କରୁଅଛନ୍ତି I ଏହି କାର୍ଯ୍ୟକ୍ରମ ରେ ଚମତ୍କାର ଉଦଘୋଷକ ରୂପ ସୁଧୀର କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ I ଯୁବ ସଂଗଠନ ରେ ଅହରହ କାର୍ଯ୍ୟ କରିଆସୁଥିବା ଅନେକ ସଦସ୍ୟ ଓ କଳାକାର ଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା I
