କୋରାପୁଟରେ ଗଡ଼ିଲା ସୋଲାର ରଥ, ୧୪ଟି ବ୍ଲକ୍‌ରେ ପହଞ୍ଚିବ ସୌରଶକ୍ତିର ବାର୍ତ୍ତା!

କୋରାପୁଟରେ ଗଡ଼ିଲା ସୋଲାର ରଥ, ୧୪ଟି ବ୍ଲକ୍‌ରେ ପହଞ୍ଚିବ ସୌରଶକ୍ତିର ବାର୍ତ୍ତା!

କୋରାପୁଟରେ ଗଡ଼ିଲା ସୋଲାର ରଥ, ୧୪ଟି ବ୍ଲକ୍‌ରେ ପହଞ୍ଚିବ ସୌରଶକ୍ତିର ବାର୍ତ୍ତା!

କୋରାପୁଟ | Information Mediaଏଣିକି କୋରାପୁଟ ଜିଲ୍ଲାର ଗାଁଠୁ ସହର, ଏପରିକି ଦୁର୍ଗମ ଅଞ୍ଚଳରେ ମଧ୍ୟ ପହଞ୍ଚିବ ସୌରଶକ୍ତି ସମ୍ପର୍କିତ ସଚେତନତାର ବାର୍ତ୍ତା। ଘର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇ ବିଦ୍ୟୁତ୍ ବିଲ୍ କମାଇବା ଓ ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢ଼ାଇବା ଲକ୍ଷ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ କୋରାପୁଟରେ ଆରମ୍ଭ ହୋଇଛି ସୋଲାର ରଥ ଅଭିଯାନ।

ଜିଲ୍ଲାପାଳ ଦେଖାଇଲେ ସବୁଜ ପତାକାକୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଆଇଏଏସ୍, ସୋଲାର ରଥକୁ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

୧୪ଟି ବ୍ଲକ୍‌ରେ ପହଞ୍ଚିବ ସଚେତନତାଟିପିଏସ୍ଓଡିଏଲ୍‌ର ଏହି ସୋଲାର ରଥ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍ ପରିକ୍ରମା କରିବ। ଏହା ମାଧ୍ୟମରେ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ଏବଂ ୟୁଟିଲିଟି ଲେଡ୍ ଆଗ୍ରିଗେସନ୍ (ULA) ମଡେଲ୍ ବିଷୟରେ ସୂଚନା ଦିଆଯିବ।

ସୋଲାର ସାଙ୍ଗ ଦେବେ ଆବେଦନର ସୂଚନାସୋଲାର ରଥରେ ରେଡିଓ ଜିଙ୍ଗଲ୍ ପ୍ରସାରଣ ସହ ସଚେତନତାମୂଳକ ଲିଫ୍‌ଲେଟ୍ ବଣ୍ଟନ କରାଯିବ। ଏଥିରେ ନିୟୋଜିତ ‘ସୋଲାର ସାଙ୍ଗ’ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ। ସୋଲାର ପ୍ୟାନେଲ୍ ସ୍ଥାପନର ଉପକାରିତା, ଆବେଦନ ପ୍ରକ୍ରିୟା, ସରକାରୀ ସବ୍‌ସିଡି ଓ ଯୋଜନାର ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ବୁଝାଇବେ।

ସୌରଶକ୍ତିକୁ ସୁଲଭ କରିବା ଲକ୍ଷ୍ୟଟିପିଏସ୍ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ସୋଲାର ରଥ ମାଧ୍ୟମରେ ଅଧିକରୁ ଅଧିକ ପରିବାରଙ୍କ ନିକଟରେ ରୁଫ୍‌ଟପ୍ ସୋଲାର ସମ୍ପର୍କିତ ସଚେତନତା ପହଞ୍ଚାଯିବ। ଲୋକଙ୍କୁ ସୌରଶକ୍ତି ଆପଣାଇବାରେ ସହଯୋଗ କରିବା ଏବଂ ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢ଼ାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।ଏହି କାର୍ଯ୍ୟକ୍ରମରେ ଜୟପୁର ଜୋନାଲ୍ ହେଡ୍ ଇଂ. ମନ୍ମଥ ନାଥ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଟି. ତପନରଶ୍ମି ସୁବୁଦ୍ଧି, କୋରାପୁଟ ଇଲେକ୍ଟ୍ରିକାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଟିପିଏସ୍ଓଡିଏଲ୍‌ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସୌରଶକ୍ତି ଆପଣାନ୍ତୁ, ବିଦ୍ୟୁତ୍ ବିଲ୍ କମାନ୍ତୁ, ପରିବେଶ ସୁରକ୍ଷାରେ ସହଯୋଗ କରନ୍ତୁ।