ମୋହନାରେ ଛାତ୍ର ସଂସଦ ନିର୍ବାଚନ: ହିଲଟପରେ ଲିଟୁ ନାୟକ , ଚ଼ାନ୍ଦିପୁଟରେ ସୁଶାନ୍ତ ଶବର ନିର୍ବାଚ଼ିତ ।

ମୋହନାରେ ଛାତ୍ର ସଂସଦ ନିର୍ବାଚନ: ହିଲଟପରେ ଲିଟୁ ନାୟକ , ଚ଼ାନ୍ଦିପୁଟରେ ସୁଶାନ୍ତ ଶବର ନିର୍ବାଚ଼ିତ ।

ମୋହନାରେ ଛାତ୍ର ସଂସଦ ନିର୍ବାଚନ: ହିଲଟପରେ ଲିଟୁ ନାୟକ , ଚ଼ାନ୍ଦିପୁଟରେ ସୁଶାନ୍ତ ଶବର ନିର୍ବାଚ଼ିତ ।

ଗଜପତି, ୧୬.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଆଜି ଶାନ୍ତି ଶୃଙ୍ଖଳାର ସହ ମୋହନା ବ୍ଲକରେ ରହିଥିବା ହିଲଟପ ସ୍ନାତକ ମହାବିଦ୍ୟାଳୟ ଓ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସଂପର୍ଣ୍ଣ ହୋଇଛି । ପ୍ରଥମ ଥର ପାଇଁ ମୋହନା ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ନିର୍ବାଚ଼ନରେ ଶିକ୍ଷାର୍ଥୀଙ୍କ ମନରେ ନାହିଁ ନଥିବା ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଛି । ଏଠାରେ ସଭାପତି ପଦବୀକୁ ଛାଡ଼ିଦେଲେ ଅନ୍ୟ ପଦବୀ ଗୁଡ଼ିକରେ ପ୍ରାର୍ଥୀମାନେ ନିଦ୍ୱନ୍ଦରେ ନିର୍ବାଚ଼ିତ ହୋଇଛନ୍ତି ।

ସଭାପତି ପଦବୀ ଦୌଡ଼ରେ ପ୍ରାର୍ଥୀ ହୋଇଥିବା ୨ଜଣ ଲିଟୁ ନାୟକ ୨୪୦ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦୀ ଚ଼ିନ୍ମୟୀ ସାହୁ ୧୪୭ ଖଣ୍ଡ ଭୋଟ ପାଇଥିଲେ । ୧୧ଟି ଭୋଟ ନାକଚ଼ ହୋଇଥିଲା । ନିର୍ବାଚ଼ନ ଅଧିକାରୀ ଭାବେ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ଓ କର୍ମଚାରୀ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଅପରପକ୍ଷେ ଚାନ୍ଦିପୁଟ ଗ୍ରାମ ସ୍ଥିତ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ତିନି ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ ସୁଶାନ୍ତ ଶବର ୩୪୪ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିନ୍ଦ୍ବନ୍ଦୀ ବିଦ୍ୟାଧର ବେହେରଦଳାଇ ୨୦୭ ଓ ଗାୟତ୍ରୀ ପତି ୮୫ ଖଣ୍ଡ ଭୋଟ ପାଇଥିବା ବେଳେ ୧୪ଟି ଭୋଟ ନାକଚ଼ ହୋଇଥିଲା । ଉପସଭାପତି ପଦରେ ବାଦଲ କୁମାର ଗୌଡ଼ ୩୬୧, ସବ୍ୟସାଚୀ ବଳିଆରସିଂ ୨୭୭ ଖଣ୍ଡ ଭୋଟ ପାଇଥିବା ବେଳେ ୧୨ ଟି ଭୋଟ ନାକଚ଼ ହୋଇଥିଲା । ସେହିପରି ସଂସଦ ସମ୍ପାଦକ ପଦବୀ ପାଇଁ ୨ଜଣ ପ୍ରତୀଦ୍ୱନ୍ଦୀ ଗାୟତ୍ରୀ ରଇତ ୩୭୦ ଓ ଜଗଦୀଶ ପ୍ରସାଦ ବେହେରା ୨୬୪ ଖଣ୍ଡ ପାଇଥିଲେ । ୧୬ ଟି ଭୋଟ ନାକଚ ହୋଇଥିଲା ।

ସହକାରୀ ସାଧାରଣ ସମ୍ପାଦକ ଭାବେ ଶୁଭମ କୁମାର ରାଉତ ୩୬୩, ରାଜେନ୍ଦ୍ର ପୂଜାରୀ ୨୭୦, ନାକଚ଼ ୧୭,ନାଟ୍ୟ ସଂସଦ ସମ୍ପାଦକ ଭାବେ ମିଟୁ ଜାନୀ ୩୫୩,ପିୟୁସ ଜାନୀ ୨୮୨, ନାକଚ଼ ୧୫ ଏବଂ ନାଟ୍ୟ ସଂସଦ ସହକାରୀ ସମ୍ପାଦକ ଭାବେ ପ୍ରତିଦ୍ବନ୍ଦୀତା କରିଥିବା ପ୍ରାର୍ଥୀ ଯସ୍ମୀନ ବଡ଼ରଇତ ୩୮୪ ଖଣ୍ଡ ଭୋଟ ପାଇଥିବା ବେଳେ ଦୀପ୍ତିଲତା ପାଣିଗ୍ରାହୀ ୨୪୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ଡ଼. ସନ୍ନ୍ୟାସୀ ବେହେରା ରହିଥିବା ବେଳେ ଅଧ୍ୟକ୍ଷ ପୂର୍ଣ୍ଣଚ଼ନ୍ଦ୍ର ତ୍ରିପାଠୀ ଓ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଉଭୟ ମହାବିଦ୍ୟାଳୟରେ ପୁଲିସ ମୁତୟନ ଥିଲେ ।