ଏଆଇ ଓ ମେସିନ୍ ଲର୍ଣ୍ଣିଂ ଉପରେ ଚାଲିଥିବା ଦୁଇ ସପ୍ତାହବ୍ୟାପୀ ” ଅଧ୍ୟାପକ ବିକାଶ ପ୍ରଶିକ୍ଷଣ” କାର୍ଯ୍ୟକ୍ରମ ଉଦ୍‌ଯାପିତ ।

ଏଆଇ ଓ ମେସିନ୍ ଲର୍ଣ୍ଣିଂ ଉପରେ ଚାଲିଥିବା ଦୁଇ ସପ୍ତାହବ୍ୟାପୀ " ଅଧ୍ୟାପକ ବିକାଶ ପ୍ରଶିକ୍ଷଣ" କାର୍ଯ୍ୟକ୍ରମ ଉଦ୍‌ଯାପିତ ।

*ଏଆଇ ଓ ମେସିନ୍ ଲର୍ଣ୍ଣିଂ ଉପରେ ଚାଲିଥିବା ଦୁଇ ସପ୍ତାହବ୍ୟାପୀ ” ଅଧ୍ୟାପକ ବିକାଶ ପ୍ରଶିକ୍ଷଣ” କାର୍ଯ୍ୟକ୍ରମ ଉଦ୍‌ଯାପିତ ।ଗଜପତି,୧୦.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପାରଳାଖେମୁଣ୍ଡି ପରିସରରେ ମୂଳ ଇଞ୍ଜିନିୟରିଂ କ୍ଷେତ୍ରରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ ଉପରେ ଆୟୋଜିତ ଦୁଇ ସପ୍ତାହିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅକ୍ଟୋବର ୧୦ରେ ଉଦ୍‌ଯାପିତ ହୋଇଯାଇଛି।ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପାଟନା ଓ ସିୟୁଟିଏମର ମିଳିତ ଆୟୋଜନରେ ତଥା ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ୱାରଙ୍ଗଲର ସହଯୋଗୀ ପ୍ରଫେସର ଡ. ପ୍ରବୀଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସିୟୁଟିଏମର ସଂଯୋଜିକା ଡ. ପ୍ରଜ୍ଞା ପାରମିତା ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡିନ୍ ଡ. ପ୍ରଫୁଲ୍ଲ କୁମାର ପଣ୍ଡା ଓ କୁଳସଚିବ ଡ. ଅନିତା ପାତ୍ର ଅଭିଭାଷଣ ରଖିଥିଲେ।ଅଧ୍ୟାପକମାନଙ୍କ ବୈଷୟିକ ଜ୍ଞାନ ଓ ଦକ୍ଷତା ବୃଦ୍ଧି ସହ ଶିକ୍ଷା ଓ ଗବେଷଣାରେ ଏଆଇ ଏବଂ ମେସିନ୍ ଲର୍ଣ୍ଣିଂର ସମନ୍ୱୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ଶେଷରେ ଆବାହକ ଡ. ପ୍ରଭାତ କୁମାର ପଟ୍ଟନାୟକ ସମସ୍ତ ଅତିଥି ବୃନ୍ଦ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।