ଗଞ୍ଜାମ ଜିଲ୍ଲା ଆସିକା ସ୍ବତନ୍ତ୍ର ସଘନ ସଂଶୋଧନ ଓ ସାଙ୍ଗଠନିକ ବୈଠକ l

ଗଞ୍ଜାମ ଜିଲ୍ଲା ଆସିକା ସ୍ବତନ୍ତ୍ର ସଘନ ସଂଶୋଧନ ଓ ସାଙ୍ଗଠନିକ ବୈଠକ l

ଗଞ୍ଜାମ ଜିଲ୍ଲା ଆସିକା ସ୍ବତନ୍ତ୍ର ସଘନ ସଂଶୋଧନ ଓ ସାଙ୍ଗଠନିକ ବୈଠକ l

ଆସିକା:ଆସିକା ବିଧାନସ ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସୁନାମ୍ବ ସାହିସ୍ଥିତ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ସ୍ବତନ୍ତ୍ର ସଂଘନ ସଂଶୋଧନ ଓ ବିଜେପିର ସାଙ୍ଗଠନିକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖ୍ ଦଳର ସାଙ୍ଗଠନିକ ଭିଭିକୁ ଅକ ସୁଦୃଢ଼ କରିବା, ବୁଥସ୍ତରରେ ସଂଗଠନକୁ ସକ୍ରିୟ କରିବା ଏବଂ ନୂତନ ଭୋଟରଙ୍କୁ ଦଳ ସହ ଯୋଡ଼ିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ରାଜ୍ୟ ସମ୍ପାଦିକା ପୂର୍ଣିମା ଅପା, ଜିଲ୍ଲା ସଭାପତି ବିଜୟ ସ୍ବାଇଁ, ଜିଲ୍ଲା ପ୍ରଭାରୀ ପ୍ରକାଶ ଭାଇ, ଉପସଭାପତି ଶ୍ରୀକାନ୍ତ ଭାଇ, ଜିଲ୍ଲା ସମ୍ପାଦକ ହୃଷିକେଶ ଭାଇ, ଯୁବନେତା ସନ୍ଦୀପ ପାଢ଼ୀ, ଶିବକୁମାର ନାୟକ, ଭଗବାନ ସାହୁ, ସତ୍ୟବାନ ସାହୁଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି, ସରପଞ୍ଚ, ସମିତି ସଭ୍ୟ ଓ ବୁଥସ୍ତରୀୟ କର୍ମକର୍ତ୍ତାମ ଯୋଗଦେଇଥିଲେ। ବକ୍ତାମାନେ କହିଥିଲେ ଯେ, ଚୁଥସ୍ତରରେ ରେ ସାଙ୍ଗଠନିକ ଦକ୍ଷତା ବୃଦ୍ଧି, ଯୁବ, ଛାତ୍ର ଓ ମହିଳାଙ୍କୁ ମହିଳାଙ୍କୁ ସଂଗଠନରେ ସାମିଲ କରିବା, ନବାଗତ ଭୋଟରଙ୍କୁ ସଚେତନ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନାକୁ ଘରେ ଘରେ ପହ‌ଞ୍ଚାଇବା ପାଇଁ କର୍ମୀମାନେ ଅଗ୍ରଣୀ ଭୂମିକା ନେବା ଆବଶ୍ୟକ। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖ୍ ସମସ୍ତ କର୍ମୀଙ୍କୁ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଭେଙ୍କଟରମଣ ପାତ୍ର, ଭିକି ପାତ୍ର, ରବି ଗୌଡ଼ଙ୍କ ସମେତ ମତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା