ରାମନାଗୁଡ଼ାରେ ‘ସେବା ସେତୁ ଅଭିଯାନରକ୍ତଦାନ ଶିବିର ଅନୁଷ୍ଠିତ, ହିତାଧିକାରୀଙ୍କୁ ବଣ୍ଟାଗଲା କାର୍ଯ୍ୟାଦେଶ ଓ ପ୍ରୋତ୍ସାହନ ରାଶି
ରାୟଗଡ଼( info media)ସରକାରୀ ଯୋଜନା ଓ ସେବାକୁ ଲୋକଙ୍କ ଦୁଆରମୁହଁରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ‘ସେବା ସେତୁ ଅଭିଯାନ’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଶିବିରରେ ଉତ୍ସାହଜନକ ପରିବେଶ ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଗୟା ଡମ୍ବରୁ ଧର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥିଙ୍କ ଦ୍ୱାରା ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ଷ୍ଟଲ ଉଦ୍ଘାଟନ କରାଯାଇଥିଲା।ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ମୋଟ ୨୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଅଧୀନରେ ଥିବା ଜନକଲ୍ୟାଣକାରୀ ଯୋଜନାର ସୁଫଳ ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭିନ୍ନ ବିଭାଗୀୟ ଯୋଜନାର କାର୍ଯ୍ୟାଦେଶ ଏବଂ ସରକାରୀ ପ୍ରୋତ୍ସାହନ ରାଶିର ଚେକ୍ ବଣ୍ଟନ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ , ସମିତିସଭ୍ୟ,ଜନପ୍ରତିନିଧି, ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୋଟିଏ ଛାତ ତଳେ ବିଭିନ୍ନ ସରକାରୀ ସେବା ସହ ଜୀବନ ରକ୍ଷାକାରୀ ରକ୍ତଦାନ ଶିବିର ଏବଂ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି।ଏହି କାର୍ଯ୍ୟକ୍ରମ ପରିଚାଳନାରେ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ଭୂୟାଁ,ମଙ୍ଗଳ ସଂପ୍ରସାରଣ ଅଧିକାରୀ ଜ୍ଞାନ ରଞ୍ଜନ ବଡ଼ଜେନା ,ବସନ୍ତ କୁମାର ପଲାଇ, ସନ୍ତୋଷ ବେହେରା, ଦିବ୍ୟଜିତ ଉଲ୍ଲକା ଉମାଶଙ୍କର ପାଲକା,ବି କ୍ଷୀରୋଦ କୁମାର,ଚନ୍ଦ୍ର ଶେଖର ଶବର ପ୍ରମୁଖ ସହଯୋଗ କରିଥିଲେ।ଗୁଣପୁର ରକ୍ତ ଭଣ୍ଡାର ର ସନ୍ତୋଷ କୁମାର କର,ରୋଜି ନାୟକ,ସଙ୍ଗୀତା ନାୟକ ,ଶରତ ପଣ୍ଡା , ଡ଼ା ପ୍ରଣତି ମହାପାତ୍ର ଙ୍କ ସହଯୋଗ ରେ ରକ୍ତ ସଂଗୃହୀତ ହୋଇଥିଲା।ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ଯୋଗାଣ ଅଧିକାରୀ ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ରାମନାଗୁଡ଼ାରେ ‘ସେବା ସେତୁ ଅଭିଯାନରକ୍ତଦାନ ଶିବିର ଅନୁଷ୍ଠିତ, ହିତାଧିକାରୀଙ୍କୁ ବଣ୍ଟାଗଲା କାର୍ଯ୍ୟାଦେଶ ଓ ପ୍ରୋତ୍ସାହନ ରାଶି
