କୋରାପୁଟରେ ରାଜ୍ୟସ୍ତରୀୟ ଅଣ୍ଡର-୧୭ ଫୁଟବଲ୍ ଚାମ୍ପିୟନସିପ୍ ଉଦ୍ଘାଟିତ
କୋରାପୁଟ | ଅକ୍ଟୋବର ୯କ୍ରୀଡ଼ାରେ ନୂଆ ପ୍ରତିଭା ଅନ୍ୱେଷଣ ଓ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆଜି କୋରାପୁଟସ୍ଥିତ କ୍ରୀଡ଼ା ପରିସର ପଡ଼ିଆରେ ୧୭ ବର୍ଷରୁ କମ୍ ବାଳକ ବର୍ଗର ରାଜ୍ୟସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ ଉଦ୍ଘାଟିତ ହୋଇଯାଇଛି।ଏହି ପ୍ରତିଯୋଗିତା ଯୁବ ଖେଳାଳିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଦଳଗତ ସମନ୍ୱୟ ଓ ନେତୃତ୍ୱ ଗୁଣର ବିକାଶରେ ସହାୟକ ହେବ। ଏଥିସହ ରାଜ୍ୟର ଉଦୀୟମାନ ଫୁଟବଲ୍ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ମିଳିବ।କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ବିକାଶ କରେ ନାହିଁ, ବରଂ ଯୁବପିଢ଼ିଙ୍କ ମଧ୍ୟରେ ଏକତା, ଆତ୍ମବିଶ୍ୱାସ ଓ ସଂଘର୍ଷ କରିବାର ମନୋବଳ ମଧ୍ୟ ବୃଦ୍ଧି କରେ।କ୍ରୀଡ଼ାରେ ଆଗେଇବ କୋରାପୁଟ, ନୂଆ ପ୍ରତିଭା ପାଇବେ ନୂଆ ପରିଚୟ।

