ମାଲକାନଗିରିରୁ ଛତିଶଗଡ଼ ଯାଉଥିଲା ୨୪୫ କେଜି ଗଞ୍ଜେଇ!
ବସ୍ରୁ ମିଳିଲା ୪୯ ପ୍ୟାକେଟ୍ ଗଞ୍ଜେଇ, ୨ ଗିରଫମାଲକାନଗିରିରୁ ଛତିଶଗଡ଼କୁ ବସ୍ ଯୋଗେ ଚୋରାଚାଲାଣ ହେଉଥିବା ୨୪୫ କେଜି ଗଞ୍ଜେଇକୁ ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମରୱାହି (GPM) ଜିଲ୍ଲା ପୁଲିସ ଜବତ କରିଛି।ପୁଲିସ ସୂଚନା ଆଧାରରେ କୋଟମୀ ଅଞ୍ଚଳରେ ଜାଗୁଆର ଟ୍ରାଭେଲ୍ସର OD-30-D-0606 ନମ୍ବର ବସ୍କୁ ଅଟକାଇ ତଲାସି କରିଥିଲା। ବସ୍ର ସ୍ଲିପର ସିଟ୍ ଉପରେ ଥିବା ୩ଟି ବସ୍ତାରୁ ୪୯ଟି ପ୍ୟାକେଟ୍ରେ ଗଞ୍ଜେଇ ମିଳିଥିଲା।
ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ₹୧.୭୨ କୋଟିଗଞ୍ଜେଇର ମୂଲ୍ୟ ପ୍ରାୟ ₹୧.୨୨ କୋଟି, ବସ୍ର ମୂଲ୍ୟ ପ୍ରାୟ ₹୫୦ ଲକ୍ଷ ବୋଲି ପୁଲିସ କହିଛି। ଏଥିସହ ୩ଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି।
ଦୁଇ ଜଣ ଗିରଫଘଟଣାରେ ମାଲକାନଗିରିର ବସ୍ ମାଲିକ ଦିଲୀପ କୁମାର ହିଣ୍ଡିଆ ଏବଂ ଧନୌରା-ମରୱାହି ଅଞ୍ଚଳର ଭୀମସେନ କେଉଁଟଙ୍କୁ ପୁଲିସ ଗିରଫ କରିଛି।ପ୍ରାଥମିକ ତଦନ୍ତ ଅନୁଯାୟୀ ଗଞ୍ଜେଇ କୋରବା ଓ GPM ଅଞ୍ଚଳକୁ ଯାଉଥିଲା। ଏନ୍ଡିପିଏସ୍ ଆଇନରେ ମାମଲା ରୁଜୁ କରି ପୁଲିସ ଏହି ଚୋରାଚାଲାଣ ଚକ୍ରର ଅନ୍ୟ ସପ୍ଲାୟର ଓ ରିସିଭରଙ୍କୁ ଖୋଜୁଛି।






