ରାୟଗଡ ମାଟିର ସୁଯୋଗ୍ୟ ସନ୍ତାନ ଶହୀଦ ଭି. ତେଜାଙ୍କୁ ଝୁରୁଛି ରାୟଗଡ ବାସୀ
ରାୟଗଡ ( info media) ରାୟଗଡ଼ ମାଟିର ବୀର ସନ୍ତାନ, ଭାରତୀୟ ସେନାର ଆସାମ ରାଇଫଲ୍ସରେ କାର୍ଯ୍ୟରତ ଯୁବ ଯବାନ ଭି. ତେଜା ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଶହୀଦ ହୋଇଥିବା ଖବର ଶୁଣିବା ପରେ ସ୍ତବ୍ଧ ହୋଇଯାଇଛି ରାୟଗଡ ସହର ଏହି ଖବର ଶୁଣିବା ପରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡି ରାଜ୍ୟ ସମ୍ପାଦକ ସୁଧୀର ଦାସ,ବିଧାୟକ ଆପାଲସ୍ଵାମୀ କାଡ୍ରକା, ନିଜେଡି ମହିଳା ଶୋଭାନେତ୍ରୀ ଅନୁସୟା ମାଝୀ,, ବିଜେପି ର ଶିବ ପଟ୍ଟନାୟକ, ଟୁଟୁ ଦାସ, ସହିଦ ଭି ତେଜ ଙ୍କ ବିୟୋଗରେ ରେ ଗଭୀର ଭାବେ ମର୍ମାହତ ହେବା ସହିତ ରାୟଗଡ ମାଟିର ଏକ ସୁଯୋଗ୍ୟ ସନ୍ତାନ କୁ ହରାଇଲା ବୋଲି କହିଛନ୍ତି l ପିଲାଦିନରୁ ଯବାନ ହେବାର ସ୍ୱପ୍ନ ଦେଖିଥିବା ତେଜା ୨୦୨୨ରେ ସେନାରେ ଯୋଗଦେଇ ମାତୃଭୂମିର ସେବାକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ। କର୍ତ୍ତବ୍ୟପଥରେ ନିଜ ଜୀବନକୁ ବଳିଦାନ ଦେଇ ସେ ରାୟଗଡ଼ା ତଥା ସମଗ୍ର ଓଡ଼ିଶା ପାଇଁ ଗୌରବର ଅମର ଅଧ୍ୟାୟ ଲେଖିଯାଇଛନ୍ତି। ମୃତ୍ୟୁ ପରେ ମଧ୍ୟ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗଦାନର ନିଷ୍ପତ୍ତି ତାଙ୍କ ମହାନ ମାନବିକତାର ପରିଚୟ। ଏହି ମହତ୍ ଚିନ୍ତା ପାଇଁ ମଧ୍ୟ ତେଜା ସଦା ସ୍ମରଣୀୟ ରହିବେ। ଏହି ଦୁଃଖର ମୁହୂର୍ତ୍ତରେ ଶହୀଦ ତେଜାଙ୍କ ବାପା-ମାଆ, ପରିବାରବର୍ଗ ଓ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ତାଙ୍କ ପରିବାର ଏକା ନୁହେଁ ସମଗ୍ର ରାୟଗଡ଼ା ତାଙ୍କ ସହ ଛିଡ଼ା ହୋଇଛି। ବୀର ଶହୀଦ ଭି. ତେଜାଙ୍କ ବଳିଦାନକୁ ଶତ ଶତ ନମନ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।ଏହି ବୀର ସନ୍ତାନଙ୍କୁ ରାଜକୀୟ ସମ୍ମାନରେ ଅନ୍ତିମ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ସହ ଆଲୋଚନା କରିଛି. ବୋଲି ବିଧାୟକ କାଡ୍ରକା କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ






