ରାଇକିଆ ସୁଧା କିରଣ କଲେଜ ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ସୁଧା କିରଣ କଲେଜ ରେ ଦ୍ୱିତୀୟ ବର୍ଷ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ଙ୍କ ଅଭିଭାବକଙ୍କୁ ନେଇ ଅଭିଭାବକ ସମ୍ମିଳନୀ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ଙ୍କ ସମସ୍ୟା ଆଗାମୀ ପରୀକ୍ଷା କିପରି ଭଲ କରିବେ ଆଲୋଚନା ହୋଇଥିଲା ।କଲେଜର ପାଠ ପଢ଼ାନେଇ ଅଭିଭାବକ ମାନେ ସନ୍ତୋଷ ପ୍ରକାଶ କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ଡ,ଶ୍ୟାମ ସୁନ୍ଦର ଡ।ଙ୍ଗୁଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ,ଆଲୋକ ପରିଚ୍ଛା,ନିଳାଞ୍ଚଳ ସାହୁ,ଅଧ୍ୟାପିକା ଜି ଗ୍ୟ।ନପ୍ରଭା ମଞ୍ଚାସୀନ ରହିଆଲୋଚନରେ ଭାଗ ନେଇଥିଲେ । ଅଧ୍ୟାପକ ଡ଼,ସନ୍ତୋଷ ନାୟକ ବହୁତ୍ ଅଭିଭାବକ ଏହି ସମ୍ମିଳନୀରେ ଯୋଗଦେଇ ନିଜ ପିଲାଙ୍କ ସୁବିଧା,ଅସୁବିଧା ଜଣାଇ ନିଜ ନିଜର ମତାମତ ରଖି ଥିବାରୁ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ଆଗାମୀ ସମ୍ମିଳନୀରେ ଆହୁରି ଅଧିକ ଯୋଗଦେଇ ମତାମତ ରଖିବା ପାଇଁ ଅନୁରୋଧ କରିଥିଲେ ।






