ରାସ୍ତା କଡ଼ରେ ଗଛର ଦଉଡି ଲଗାଇ ଯୁବକ ର ଆତ୍ମହତ୍ୟା।
ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ନୁଆଯୋଗିଆପଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛରେ ଦଉଡ଼ି ବାନ୍ଧି ନିଜ ବେକରେ ଗୋଡ଼ାଇ ଜଣେ ଯୁବକ ଆତ୍ମହତ୍ୟା କରିଛି। ମୃତ ଯୁବକ ର ନାମ କାଳୁ ନାୟକ ସେ ଉକ୍ତ ଗ୍ରାମର ଡମ୍ବରୁ ନାୟକ ର ପୁଅ ବୋଲି ଜଣାପଡିଛି। ଖବର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛରେ ଝୁଲୁଥିବା ଅବସ୍ଥାରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ରାସ୍ତା କଡ଼ରେ ଗଛର ଦଉଡି ଲଗାଇ ଯୁବକ ର ଆତ୍ମହତ୍ୟା।






