ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

*ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ*

ଗଜପତି୨୮.୯ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ପାରଳା ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ୨୧ତମ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ – ୨୦୨୬ ସ୍ଥାନୀୟ ନଗର ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ,ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ପଣ୍ଡିତ ରଘୁନାଥ ପାତ୍ର , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ମଞ୍ଚ ତଥା ସିନେ କଳାକାର ଆଦର୍ଶ ଦାସ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ।ଅନୁଷ୍ଠାନର ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ। ମଞ୍ଚାସୀନ ଅତିଥିବୃନ୍ଦ ନିଜ ବକ୍ତବ୍ୟରେ ଆୟୋଜକଙ୍କର ଏହି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ମଧ୍ୟ ଉପାନ୍ତ ପାରଳାଖେମୁଣ୍ଡିରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ପାଳନ କରାଯାଉଥିବାରୁ ଏହାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ପାରଳାର ବିଭିନ୍ନ ନୃତ୍ୟାନୁଷ୍ଠାନ ଯଥା ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ପଦାମୃତ ନୃତ୍ୟାୟନ ଓ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ସମେତ ଆୟୋଜକ ସମଲେଇ ନୃତ୍ୟକଳା ପରିଷଦ ପକ୍ଷରୁ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ନୃତ୍ୟ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।ଶ୍ରୀ ଶୁଭାଶିଷ ପତି ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆଦର୍ଶ ଦାସ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ, ଦର୍ଶକ ଓ ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡି.ମୋହନ ରାଓ , ରଘୁନାଥ ପଟ୍ଟନାୟକ , ଡି. ପ୍ରିୟଙ୍କା , ସ୍ୱର୍ଣ୍ଣଲତା ପାତ୍ର , ସୁଧା ରଞ୍ଜନ ପଟ୍ଟନାୟକ, ହରିହର ପଟ୍ଟନାୟକ , ସନ୍ତୋଷ ପାଟ୍ଟଯୋଶୀ , ଭିକି , ନିରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ। ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକ ମାନେ ସମ୍ବଲପୁରୀ ନୃତ୍ୟରେ ଝୁମି ଉଠିଥିଲେ।