ଧୁମୁଛାଇ ଗ୍ରାମରେ ଜୁଆ ଆଡ୍ଡା ଉପରେ ବେଲଗୁଣ୍ଠା ପୁଲିସର ଚଢ଼ାଉ; ୮ ଜଣ ଅଭିଯୁକ୍ତ ଗିରଫ।
ଗତକାଲି ମଧ୍ୟ ରାତିରେ ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଧୁମୁଛାଇ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୮ ଜଣଙ୍କୁ ଧରାଯାଇଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧୁମୁଛାଇ ଗ୍ରାମର ଶିବରାମ ପ୍ରଧାନ, ଶିବରାମ ସ୍ୱାଇଁ,ସୁଶୀଳ ରାଉତ, ଜୟ ସ୍ଵାଇଁଙ୍କ ପୁଅ ଶଙ୍କର ସ୍ୱାଇଁ, ସତ୍ୟବାନ ରାଉତ, ଆଦିକନ୍ଦ ସ୍ୱାଇଁଙ୍କ ପୁଅ ଶଙ୍କର ସ୍ୱାଇଁ, ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ କାବେରା ସାହିର ମାନସ ରଞ୍ଜନ ପଟ୍ଟନାୟକ ଏବଂ ଇଙ୍ଗିନାଠି ଗ୍ରାମର ବିଷ୍ଣୁପ୍ରସାଦ ବେହେରାଙ୍କୁ ପୁଲିସ ଗିରଫ ଧରିଛି।ଚଢ଼ାଉ ସମୟରେ ପୁଲିସ ୩୧ ହଜାର ୬୨୨ ଟଙ୍କା ନଗଦ ଅର୍ଥ, ୫ଟି ମୋବାଇଲ ଫୋନ୍, ୩ଟି ମୋଟରସାଇକେଲ ଏବଂ ୨ ସେଟ୍ ତାସ୍ ଜବତ କରିଛି।ଏହି ଘଟଣାରେ ବେଲଗୁଣ୍ଠା ଏଏସ୍ଆଇ ପି.କେ.ଚାଟିଙ୍କ ରିପୋର୍ଟ ଆଧାରରେ ବେଲଗୁଣ୍ଠା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହାର ତଦନ୍ତ ଦାୟିତ୍ୱ ଏସ୍ଆଇ ସୁକାନ୍ତ କୁମାର ପ୍ରଧାନ କରୁଥିବା ଥାନା ଅଧିକାରୀ ରେବତୀ ଶବର ଜଣାଇଛନ୍ତି l
