ସାଲାଙ୍ଗିଆ ଠାରେ ଦାରିଦ୍ର୍ୟସୀମା ରେଖା ତଳେ ଅଛୁ ବୋଲି ସବୁ ସହିଯିବୁ ବୋଲି ଜନସାଧାରଣଙ୍କ ଅଭିଯୋଗ l
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ତା ୨୬/୯ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଣ୍ଡାଗୁଡା, ଓ ସାଲାଙ୍ଗିଆ ଗ୍ରାମରେ ଆଜକୁ ଦୀର୍ଘ ୮ ଦିନ ହେବ ଅନ୍ଧାର ରାତି ସହିତ ଜୀବନ ବିତାଉ ଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଗାଁ ରେ ମୋଟ ୭୪ ପରିବାର ଙ୍କ ଘରେ BPL ବିଦ୍ୟୁତ ସଂଯୋଗ କରାଯାଇଛି l ଏବଂ ଲୋକେ ଏହାକୁ ବ୍ୟବହାର କରି ରାତ୍ରି ଯାପନ କରୁଥିବା ବେଳେ ବର୍ତ୍ତମାନ ୭୪ ପରିବାର ପୁରା ଅନ୍ଧକାର ରାତ୍ରି ସହିତ ସଂଘର୍ଷ କରୁଥିବା ଜଣାପଡିଛି l ପୂର୍ଵରୁ କଣ୍ଟ୍ରୋଲ ସହାୟତା ରେBPL ପରିବାର କୁ ସରକାର କିରୋସିନ ଯୋଗାଉଥିଲେ ଏବଂ ଗାଁ ଲୋକେ ସେଥିରେ ଉପକୃତ ହେଉଥିଲେ, ବର୍ତ୍ତମାନ ତାହାବି ବନ୍ଦ ହୋଇଗଲା l ଯାହାରୀ ଫଳରେ ଗାଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଗୋଟେ ପଟେ ଦନ୍ତା ହାତୀର ଭୟ ସହିତ ପାଠ ପଡୁଥିବା ପିଲାମାନେ ପାଠ ପଡ଼ାରୁ ବଞ୍ଚିତ ହେଉଛନ୍ତି l ଅନ୍ୟ ପଟେ ଗାଁ ର ବୃଦ୍ଧ ମାଆ ବାପା ମାନେ ଏତେ କଷ୍ଟ ପାଉଛନ୍ତି ଯେ କହିଲେ ନ ସରେ l ଗାଁ ଲୋକେ ଏହାକୁ ନେଇ ପ୍ରଥମେ ସ୍ଥାନୀୟ ସରପଞ୍ଚ ମହାଶୟ ଙ୍କୁ ଅଭିଯୋଗ କରିଥିଲେ ଏବଂ ପରେ ରାଇକିଆ ରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ସତ କିନ୍ତୁ ବିଭାଗ ଅଧିକାରୀ ମାନେ ଆଜି ନୂଆ ଟ୍ରାନ୍ସଫର ଲାଗିବ କାଲି ଲାଗିବ କହି କହି ଗ୍ରାମବାସୀ ଙ୍କୁ ଲାଲୀପୋପ ଦେଖାଇବାରେ ବ୍ୟସ୍ତ l ଯାହାରିଫଳରେ ଗ୍ରାମର ଜନସାଧାରଣ ପିଲା ଛୁଆ ସମସ୍ତେ ବହୁତ ଅସୁବିଧା ଭୋଗକରୁଛନ୍ତି l ଏଣୁ ଲୋକେ ବର୍ତ୍ତମାନ ବ୍ଲକ ପ୍ରଶାସନ ଜିଲ୍ଲାପାଳ କନ୍ଧମାଳ ମହାଶୟ ଙ୍କୁ ଅନୁରୋଧ କରୁଛନ୍ତି ଯେ ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଗ୍ରାମବାସୀ ଙ୍କ ପାଇଁ ନୂଆ ଟ୍ରାନ୍ସଫର ଯୋଗାଇ ଗରୀବ ପରିବାର ମଧ୍ୟରେ ହସ ଫେରିବା ପାଇଁ ଅନୁରୋଧ କରିଛନ୍ତି l ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଲୋକଙ୍କୁ ଆଲୁଅ ଯୋଗାଉଛନ୍ତି l
