ରାଇକିଆ ସୁଧା କିରଣ ମହାବିଦ୍ୟାଳୟରେ ନିଶା ମୁକ୍ତ ଯୁବକ ପାଇଁ ମୋ ସ୍ୱାସ୍ଥ୍ୟ ମୋ ଗର୍ବ କାର୍ଯ୍ୟକ୍ରମ…

ରାଇକିଆ ସୁଧା କିରଣ ମହାବିଦ୍ୟାଳୟରେ ନିଶା ମୁକ୍ତ ଯୁବକ ପାଇଁ ମୋ ସ୍ୱାସ୍ଥ୍ୟ ମୋ ଗର୍ବ କାର୍ଯ୍ୟକ୍ରମ...

ରାଇକିଆ ସୁଧା କିରଣ ମହାବିଦ୍ୟାଳୟରେ ନିଶା ମୁକ୍ତ ଯୁବକ ପାଇଁ ମୋ ସ୍ୱାସ୍ଥ୍ୟ ମୋ ଗର୍ବ କାର୍ଯ୍ୟକ୍ରମ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ସୁଧା କିରଣ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ନିଶା ମୁକ୍ତ ଯୁବକ ପାଇଁ ମୋ ସ୍ୱାସ୍ଥ୍ୟ ମୋ ଗର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ଆଭିମୁଖ୍ୟ ରଖିଛନ୍ତି ଯୁବ ସମାଜ ନିଶାଗ୍ରସ୍ତ ନ ହୋଇ ସୁସ୍ଥ, ସବଳ ହେଲେ ଦେଶକୁ ଏମାନେ ସମ୍ବୃଦ୍ଧ କରିପାରିବେ । ସକାଳ ୯ ଘଣ୍ଟି କାରୁ ଛାତ୍ର,ଛାତ୍ରୀ ଙ୍କ ହିମୋ ଗ୍ଲୋବିନ,ବିପି, ଉଚ୍ଚତା,ଓଜନ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ପରୀକ୍ଷା କରାଯାଇଥିଲା, ରାଇକିଆ ଡାକ୍ତର ଖ।ନ।ର ଡାକ୍ତର ଖୋଲଲ ପ୍ରକାଶ ପ୍ରଧାନ,ଫାର୍ମାସିଷ୍ଟ ହର୍ଜିତ୍ ପାଲ୍,ନର୍ସ ଦୀପ୍ତି ମୟୀ ସେଠୀ ଯୋଗଦେଇ ପରୀକ୍ଷା ନିରୀକ୍ଷା କରିଥିଲେ । ପୂର୍ବାହ୍ନ ୧୨.୩୦ ରୁ ନ୍ୟୁଟ୍ରେଶନ କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା ରାଇକିଆ ଡାକ୍ତର ଖ।ନାର ଡାକ୍ତର ଶ୍ରୀକାନ୍ତ ବିଶ୍ୱାଳ ଆଜିର ଯୁବପିଢ଼ି ନିଶାଗ୍ରସ୍ତ ହୋଇ ନିଜ ସ୍ୱାସ୍ଥ୍ୟକୁ ଖରାପ କରିବା ସଙ୍ଗେ ସଙ୍ଗେ ସମାଜକୁ କିପରି କଳଙ୍କିତ କରନ୍ତି ବକ୍ତବ୍ୟ ରଖି ଥିଲେ । କନ୍ଧମାଳ ର ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ ସ୍ୱାତୀ ର ସଂଯୋଜକ ଗିରିଶ ଚନ୍ଦ୍ର ସାମଲ ଆମ ପାରମ୍ପରିକ ଖାଦ୍ୟ କୁ ନ ଖାଇ ଅ ପୃଷ୍ଟିକର ଖାଦ୍ୟ ଯେପରିକି ଜମ୍ ଫୁଡ୍ ଖାଦ୍ୟଖାଇ ଶରୀରକୁ ରୋଗ।ଗ୍ରସ୍ତ କରୁଛନ୍ତି ବର୍ଣ୍ଣନା କରିଥିଲେ ।ରାଇକିଆ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶିବରାମ ପ୍ରଧାନ ଯୋଗଦେଇ ସ୍ୱାସ୍ଥ୍ୟ କହିଲେ କଣ, ଶାରୀରିକ,ମାନସିକ ଓ ସାମାଜିକ ସ୍ତରରେ ଆମେ କିପରି ସୁସ୍ଥ ରହିବା ଆଲୋଚନ। କରିଥିଲେ । ୨୫୦ରୁ ଉର୍ଦ୍ଧ୍ବ ପିଲା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ଆଲୋଚନାରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ କର୍ମଚାରୀ ଯୋଗଦେଇଥିଲେ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର୍ ନିଳାଞ୍ଚଳ ସାହୁ ଏବଂ ସ୍ୱେଛାସେବୀ ପରିଚାଳନା କରିଥିଲେ ।ଯୁକ୍ତ ଦୁଇ ଅଧ୍ୟକ୍ଷ ଡ ଶ୍ୟାମ ସୁନ୍ଦର ଡ।ଙ୍ଗୁଆ,ଅଧ୍ୟାପକ ଆଲୋକ ପରିଚ୍ଛା,ଧର୍ମେନ୍ଦ୍ର ଦିଗାଲ,ମଞ୍ଚାସୀନ ଥିଲେ ଅଧ୍ୟାପକବିଭୂଷଣ ପ୍ରଧାନ ,ଅଧ୍ୟାପିକା ରାଜଲକ୍ଷ୍ମୀ ଦୋରା ସହଯୋଗ କରିଥିଲେ ।ଅଧ୍ୟାପକ ଡ଼ ସନ୍ତୋଷ ନାୟକ ଙ୍କ ବଳିଷ୍ଟ ନେତୃତ୍ୱରେ କାର୍ଯ୍ୟ କ୍ରମଟି ସଫଳ ହୋଇଥିଲା ।