କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିବାରଣ ଆଇନ ୨୦୧୩ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ।

କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିବାରଣ ଆଇନ ୨୦୧୩ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ।

ଶ୍ରୀ *କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିବାରଣ ଆଇନ ୨୦୧୩ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ।* ମନୋଜ କୁମାର ପାଢୀଙ୍କ ରିପୋର୍ଟ)ତା. ୨୪।୯:- ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ କର୍ମକ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ସମ୍ପର୍କିତ (POSH) ଆଇନ- ୨୦୧୩ ଉପରେ ଏକ ଦିବସୀୟ ସଚେତନତାମୂଳକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ, ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଅରୁପାଞ୍ଜଳୀ ମହାନ୍ତି ଓ ଅଧ୍ୟାପିକା ଶ୍ରୀମତୀ ପାନାସା ନୀରଜା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।କର୍ମଶାଳାରେ ପୋସୋ ଆଇନର ଉଦ୍ଦେଶ୍ୟ, ମହିଳମାନଙ୍କ ଅଧିକାର, ଯୌନ ଅପରାଧର ବିଭିନ୍ନ ଦିଗ, ଅଭିଯୋଗ ପ୍ରକ୍ରିୟା, ଆଇନଗତ ବ୍ୟବସ୍ଥା ଏବଂ ସୁରକ୍ଷା ସମ୍ପର୍କରେ ସମାଜର ଭୂମିକା ନେଇ ଆଲୋଚନା କରାଯାଇଥିଲା।ବିଶେଷଜ୍ଞମାନେ ପୋସୋ ଆଇନର ବିଭିନ୍ନ ଧାରା ଓ ଏହାର ପ୍ରୟୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ମହିଳାମାନଙ୍କ ପ୍ରତି ହେଉଥିବା ଯେକୌଣସି ଅନ୍ୟାୟ କିମ୍ବା ଯୌନ ନିର୍ଯାତନା ଘଟଣାକୁ ଲୁଚାଇ ନ ରଖି ଆଇନଗତ ସହାୟତା ନେବାକୁ ପରାମର୍ଶ ଦେଇଥିଲେ।କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦେଇ ପୋସୋ ଆଇନ ସମ୍ପର୍କିତ ବିଭିନ୍ନ ଆଇନ ଉପରେ ଆଲୋଚନା କରିଥିଲେ। କର୍ମଶାଳାଟି ମହିଳାମାନଙ୍କ ସୁରକ୍ଷା ଓ ଆଇନ ସଚେତନତା ବୃଦ୍ଧି କ୍ଷେତ୍ରରେ ଏକ ଉପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।