ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ, ଶ୍ରୀଲଙ୍କାକୁ ୧୬-୧ରେ ହରାଇଲା

ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ, ଶ୍ରୀଲଙ୍କାକୁ ୧୬-୧ରେ ହରାଇଲା

ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ, ଶ୍ରୀଲଙ୍କାକୁ ୧୬-୧ରେ ହରାଇଲା

ଗିଫୁ: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ନିଜର ଦବ୍‌ଦବା ଜାରି ରଖିଛି। ପୁଲ୍‌-ଏ’ରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରି ଭାରତ ଶ୍ରୀଲଙ୍କାକୁ ୧୬-୧ ଗୋଲ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି।ପୂର୍ବରୁ ଇଣ୍ଡୋନେସିଆକୁ ୧୩-୧ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ଏହି ମ୍ୟାଚ୍‌ରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଭାରତର ୮ ଜଣ ଖେଳାଳି ଗୋଲ୍‌ ସ୍କୋର କରିଥିବା ବେଳେ ଯୁଗରାଜ ସିଂହ ୪ଟି ଗୋଲ୍‌ ଏବଂ ଅଭିଷେକ ଓ ଦିଲପ୍ରୀତ ସିଂହ ହ୍ୟାଟ୍ରିକ୍‌ ହାସଲ କରିଥିଲେ।ମ୍ୟାଚ୍‌ର ୫ମ ମିନିଟ୍‌ରେ ମନଦୀପ ସିଂହଙ୍କ ଗୋଲ୍‌ରୁ ଭାରତ ଖାତା ଖୋଲିଥିଲା। ଏହାପରେ ଯୁଗରାଜ ସିଂହ, ଅଭିଷେକ, ଅଧିନାୟକ ହରମନ୍‌ପ୍ରୀତ ସିଂହ, ସୁଖଜିତ ସିଂହ ଓ ଦିଲପ୍ରୀତ ସିଂହ ଗୋଲ୍‌ କରି ଶ୍ରୀଲଙ୍କା ଉପରେ ଚାପ ବଜାୟ ରଖିଥିଲେ।ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୮-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତୀୟ ଦଳ ଆକ୍ରମଣ ଜାରି ରଖି ଏକପାଖିଆ ଭାବେ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଶେଷରେ ଭାରତ ୧୬-୧ରେ ବିଜୟୀ