*ବରଗଡ ସାଂସଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘ ବରଗଡ଼*
ବରଗଡ ,୨୩।୯(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ସମସ୍ତ ସଦସ୍ୟ ଆଜି ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ କୁମାର ପୁରୋହିତଙ୍କ ବାସ ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କଲେ l ମାନ୍ୟବର ସାଂସଦ ତାଙ୍କ ବାସ ଭବନରେ ନବ ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ସମ୍ମାନିତ କଲେ ଏବଂ ସାଂସଦ ପାଣ୍ଠି ରୁ ନିର୍ମାଣ ଧିନ ନୂତନ ସଂଘ ଗୃହ କୁ ସମ୍ପୂର୍ଣ୍ଣ କରିବା ପାଇଁ ସାଂସଦ ପାଣ୍ଠି ରୁ Rs 5,00000( ପାଞ୍ଚ ଲକ୍ଷ ଟଙ୍କା) ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ର ସଭାପତି ଶ୍ରୀ ସନତ କୁମାର ହୋତା,ଉପ ସଭାପତି ଧନେଶ୍ଵର ମେହେର, ସାଧାରଣ ସମ୍ପାଦକ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଧାନ, ଯୁଗ୍ମସଂପାଦକ ରବି ନାଥ ବାଗ ଏବଂ କାର୍ଯ୍ୟ କାରିଣୀ ସଦସ୍ୟ ନୃପ ରାଜ ବେହେରା ଉପସ୍ଥିତ ଥିଲେ l ସାଂସଦ ଙ୍କ ପ୍ରତିଶ୍ରୁତି ପାଇବା ପରେ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଉତ୍ସାହିତ ହୋଇଥିଲେ ।
