ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଓ ମାଗଣା ଚଷମା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଲାୟନ୍ସ କ୍ଲବ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଓ ମାଗଣା ଚଷମା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ତ୍ରିଲୋଚନ ନେତ୍ରାଲୟ ସଂବଲପୁର, ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି। ଏଥିରେ ୧୨୦ ଜଣ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୫୩ ଜଣ କୁଂ ମାଗଣା ଚଷମା ବଣ୍ଟନ ଓ ୨୪ ଜଣ କୁଂ ଚକ୍ଷୁ ଅପରେସନ ପାଇଁ ତ୍ରିଲୋଚନ ନେତ୍ରାଲୟ ସଂବଲପୁର କୁ ପଠା ଯାଇଥିଲା। ଏହି ଅବସରରେ ଡାଃ ଶ୍ରୀୟା ଚନ୍ଦ୍ରନ, ଚକ୍ଷୁ ପରୀକ୍ଷା ସହଯୋଗୀ ଭାବେ ବିବେକାନନ୍ଦ ରୋସନ, ସମିର, ସୁକୁମଣି, ନିମା, ରୋହିଣୀ ପ୍ରମୁଖ ।ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ସନ୍ତୋଷ କୁମାର ପ୍ରଧାନ, ସଂପାଦକ ଲାୟନ୍ସ ଶିଶିର କୁମାର ଭୋଇ, ପୂର୍ବତନ ସଭାପତି ଲାୟନ୍ସ ଅମୀୟ କୁମାର ମେହେର,ଲାୟନ୍ସ ଅକ୍ଷୟ ପଧାନ, ଲାୟନ୍ସ ଭୈରବ ଚରଣ ହୋତା, ଲାୟନ୍ସ କୁଶ ପ୍ରଧାନ, ଲାୟନ୍ସ ସନ୍ତୋଷ ଅଗ୍ରୱାଲ, ଲାୟନ୍ସ ଶଂକର ରେଡି, ଲାୟନ୍ସ ସତବାବୁ, ଲାୟନ୍ସ ଧନପତି ଷଣ୍ଢ ଓ ଲିଓ କ୍ଲବ ର ବିନୟ କ୍ରିଶ୍ନନା, ବିପୁଳ ବେହେରା, ଗୌରବ ଅଗ୍ରୱାଲ, ମନୋଜ ବେହେରା, ଲୋହିତ ଚୌଧୁରୀ, ପିଣ୍ଟୁ ପାଢ଼ୀ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ କୋଷାଧ୍ୟକ୍ଷ ଲାୟନ୍ସ ଶଂକରଲାଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।