ରାଇକିଆ ସୁଧା କିରଣ କଲେଜ ରେ ସାଇବର କ୍ରାଇମ୍ ଓ ଫାଇନାନ୍ସ ଲିଟ୍ରେସି ସଚେତନ କାର୍ଯ୍ୟକ୍ରମ
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ସୁଧା କିରଣ କଲେଜ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ବରେ ସାଇବର କ୍ରାଇମ୍ ଓ ଫାଇନାନ୍ସ ଲିଟ୍ରେଶି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ରାଇକିଆ ଷ୍ଟେଟ୍ ବ୍ୟାଙ୍କ୍ ମ୍ୟାନେଜର ଅମିତ୍ କୁମାର ସେଠୀ ଆଜିକା ଦିନରେ ସାଇବର ଠକମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ଟଙ୍କା ହଡ଼ପ କରୁଛନ୍ତି ,ଡିଜିଟାଲ ଆରେଷ୍ଟ କହି ଲକ୍ଷ ଲକ୍ଷ ଟଙ୍କା ନେଇଯାଉଛନ୍ତି ଆମକୁ ସଚେତନ ହେବାକୁ ହେବ ଓ ବ୍ୟାଙ୍କ ରେ ଖାତା କିପରି ଖୋଲିବେ କମ୍ ସୁଧରେ ଋଣ କିପରି ପାଇ ତାକୁ ଠିକ୍ ଜାଗାରେ ବିନିଯୋଗ କରି ଲାଭବାନ୍ ହେବେ ବିସ୍ତୃତ ବର୍ଣ୍ଣନା କରିଥିଲେ ।ସମ୍ମାନିତ ଅତିଥିଭାବେ ପ୍ର।କ୍ତନ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ ଶ୍ୟାମ ସୁନ୍ଦର ଡ଼।ଙ୍ଗୁଆଯୋଗଦେଇଥିଲେ । ଅଧ୍ୟାପକ ଆଲୋକ ପରିଚ୍ଛା ଧନ୍ୟବାଦ ଦେଇଥିବା ବେଳେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ,ଅଧ୍ୟାପକ ନିଳାଞ୍ଚଳ ସାହୁ ଓ ବିଭୁ ଭୂଷଣ ପ୍ରଧାନ ସହଯୋଗ କରିଥିଲେ ।
