ରାଷ୍ଟ୍ରଭାଷା ପ୍ରଚାର ସମିତି ପକ୍ଷରୁ ନଗର ଭବନଠାରେ ହିନ୍ଦୀ ଦିବସ ପାଳିତ ।

ରାଷ୍ଟ୍ରଭାଷା ପ୍ରଚାର ସମିତି ପକ୍ଷରୁ ନଗର ଭବନଠାରେ ହିନ୍ଦୀ ଦିବସ ପାଳିତ ।

*ରାଷ୍ଟ୍ରଭାଷା ପ୍ରଚାର ସମିତି ପକ୍ଷରୁ ନଗର ଭବନଠାରେ ହିନ୍ଦୀ ଦିବସ ପାଳିତ ।

ଗଜପତି,୧୫.୯.(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ନଗର ଭବନଠାରେ ରାଷ୍ଟ୍ରଭାଷା ପ୍ରଚାର ସମିତି, ୱାର୍ଧ୍ଧା ପକ୍ଷରୁ ହିନ୍ଦୀ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ କୁଲଦୀପ ଯାଦବ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଏବଂ ରାଷ୍ଟ୍ରଭାଷା ପ୍ରଚାର ସମିତି, ଓଡ଼ିଶାର ସଂଯୋଜକ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଅତିଥିମାନେ ନିଜ ବକ୍ତବ୍ୟରେ ହିନ୍ଦୀ ଭାଷାର ମହତ୍ତ୍ୱ, ଏହାର ବ୍ୟାପକତା ଏବଂ ପ୍ରଚାର-ପ୍ରସାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ନିଲନ୍ଦି କୁମାରୀ ପାଢ଼ୀ ମଧ୍ୟ ହିନ୍ଦୀ ଭାଷାର ଗୁରୁତ୍ୱ ଓ ଏହାର ପ୍ରଚାର-ପ୍ରସାର ସମ୍ପର୍କରେ ନିଜ ମତ ଉପସ୍ଥାପନ କରିବା ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ରାଷ୍ଟ୍ରୀୟ ଭାଷା ହିନ୍ଦୀ ଦିବସ ପାଳନ କରାଯାଉଥିବା ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ଏକକ ଓ ଦଳଗତ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲେ।ଓଏଭି କଇଠପଦରର ଶିକ୍ଷକ ଗଣେଶ ଭୂୟାଁ, ଆପନ୍ନା ପରିଚ୍ଛା ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁସ୍ମିତା ବେହେରାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ନୃତ୍ୟ ଓ ବକ୍ତୃତା ପାଇଁ ପ୍ରସ୍ତୁତ କରିଥିଲେ।ଆଦ୍ୟାଶ୍ରୀ ଶୁଭଶ୍ରୀ ପଣ୍ଡା ଓ ମୋନାଲିସା ଆକର୍ଷଣୀୟ ଭାବେ ମଞ୍ଚ ପରିଚାଳନା କରିଥିଲେ। ସମସ୍ତଙ୍କର ସହଯୋଗ ଓ ସମନ୍ୱିତ ପ୍ରୟାସରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।