ଗଜାନନ ଗଣେଶ ଙ୍କ ପୂଜା ଉପଲକ୍ଷେ ଆଲୋକମାଳା ରେ ଝଲସିଲା ରାୟଗଡ ସହର

ଗଜାନନ ଗଣେଶ ଙ୍କ ପୂଜା ଉପଲକ୍ଷେ ଆଲୋକମାଳା ରେ ଝଲସିଲା ରାୟଗଡ ସହର

ଗଜାନନ ଗଣେଶ ଙ୍କ ପୂଜା ଉପଲକ୍ଷେ ଆଲୋକମାଳା ରେ ଝଲସିଲା ରାୟଗଡ ସହର

ରାୟଗଡ( info media) ପାର୍ବଣ ଋତୁର ଆଗମନ ର ଆରମ୍ଭ ରୁ ଧରାପୃଷ୍ଠରେ ପୂଜା ପାଇବା ନିମନ୍ତେ ଅଗ୍ରପୂଜ୍ୟ ଶ୍ରୀଗଣେଶ ଅବତାରଣ କରିଲେ l ବିଘ୍ନବିନାଶକ ଗଜାନନଙ୍କ ଆବାହନ ନିମନ୍ତେ ଆଜି ଚଳଚଞ୍ଚଳ ହୋଇଉଠିଥିଲା ରାୟଗଡ ସହର । ବିଭିନ୍ନ ସାହି, ଗଳିକନ୍ଦି ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନ ପୂଜାମଣ୍ଡପରେ ଶ୍ରୀ ଗଜାନନ ଗଣେଶ ଙ୍କ ପୂଜାର୍ଚ୍ଚନା କରିଥିଲେ l ସନ୍ଧ୍ୟା ସମୟରେ ସହର ବୁଦୁରୁବାଲଶା, ଯୁବ ଜ୍ୟୋତି ୟୁଥ ଆଶ୍ସୋସିଏସନ ଓଏମପି ରାସ୍ତା ଅଶୋକ ନଗର, ଇନ୍ଦିରାନଗର, ଗାନ୍ଧିନଗର, କସ୍ତୁ୍ରୀନଗର ସହିତ ସହର ଛୋଟ ବଡ଼ ପୂଜା ମଣ୍ଡପ ରେ ବିଭିନ୍ନ ପ୍ରକାର ର ଆଲୋକମାଳା ରେ ସୁସଜିତ କରାଯାଇଥିଲା l ପୂଜା ମଣ୍ଡପ ମାନଙ୍କ ରେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା l ଇନ୍ଦିରା ନଗର ଠାରେ ଗଣେଶ ପୂଜା ମଣ୍ଡପ ନିକଟରେ ମିନବଜାର ସାଙ୍ଗ କୁ ଚଟାପଟ ଫାଷ୍ଟ ଫୁଡ ଖାଦ୍ୟ ଦୋକାନ ମାନ ଖୋଲାଯାଇଛି ସେଥିପାଇଁ ଏହି ପୂଜା ମଣ୍ଡପ ନିକଟରେ ଡେର ରାତ୍ରି ପର୍ଯ୍ୟନ୍ତ ଭଗବାନ ଗଜାନନ ଙ୍କ ଦର୍ଶନ କରିବା ସହିତ ଚଟାପଟ ଖାଦ୍ୟର ମଜାନେବାର ଦେଖିବାକୁ ମିଳିଥିଲା l ୟୁବ ଜ୍ୟୋତି ୟୁଥ ଆଶ୍ସୋସିଏସନ ପକ୍ଷରୁ ଦୀର୍ଘ 25 ବର୍ଷ ଧରି ପୂଜା ଆୟୋଜନ ଚାଲିଛି ବୋଲି ସଭାପତି ଶ୍ରୀ ପ୍ରଧାନ କହିଛନ୍ତି l ସେପୁଣି କହିଛନ୍ତି ଜେ ଏହି ବର୍ଷ ଲଟେରୀ ର ବ୍ୟବସ୍ଥା କରାଯାଇଛି ଯାହାର ମୂଲ୍ୟ 20 ଟଙ୍କା l ଏଥିରେ 10ଗୋଟି ପୁରସ୍କାର ରଖାଯାଇଛି ଆସନ୍ତା 22 ତରଖ ରେ ଲକି ଡ୍ର ର ଉଠାଣ ହେବ ବୋଲି କହିଛନ୍ତି l ଆସନ୍ତା 18 ତାରିଖ ରେ ଏହି ପୂଜା ମଣ୍ଡପ ଠାରେ ସର୍ବସାଧାରଣ ଙ୍କନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି ବୋଲି କମିଟି ସଭାପତି କହିଛନ୍ତି l ଗଣେଶ ପୂଜାକୁ ନେଇ ଛୋଟ ପିଲାଙ୍କଠାରୁ ଯୁବପିଢ଼ି ଓ ବୟସ୍କଙ୍କ ମଧ୍ୟରେ ରତ୍ସାହ ବଢ଼ିଛି। ବିଭିନ୍ନ ପୂଜାମଣ୍ଡ ପରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବା ର ଦେଖିବାକୁ ମିଳିଛି । ଗଣେଶ ପୂଜା ନିମନ୍ତେ ସମଗ୍ର ରାୟଗଡ ସହର ଏବେ ଉତ୍ସବମୁଖର ହୋଇଉଠିଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ