ରାମସାଗରରେ ବିପୁଳ ସଂଖ୍ୟକ ମାଛ ମୃତ,ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ।

ରାମସାଗରରେ ବିପୁଳ ସଂଖ୍ୟକ ମାଛ ମୃତ,ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ।

*ରାମସାଗରରେ ବିପୁଳ ସଂଖ୍ୟକ ମାଛ ମୃତ,ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ।

ଗଜପତି୧୪.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସନ୍ନିକଟ ରାମସାଗରରେ ମାଛଗୁଡ଼ିକ ମରି ଭାସୁଥିବା ଘଟଣା ଚିନ୍ତାର କାରଣ ହୋଇଛି। ନିକଟସ୍ଥ ନାଳନର୍ଦ୍ଦମାର ଦୂଷିତ ପାଣି ରାମସାଗରରେ ମିଶିବା ଯୋଗୁଁ ଜଳ ଦୂଷିତ ହୋଇ ମାଛଗୁଡ଼ିକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।ରାମସାଗରରେ ଏଭଳି ବିପୁଳ ସଂଖ୍ୟାରେ ମାଛ ମରି ଭାସିବା କୌଣସି ସାଧାରଣ କିମ୍ବା ପ୍ରାକୃତିକ ଘଟଣା ନୁହେଁ ବରଂ ଏହା ସ୍ୱେରେଜ୍‌ ଓ ନର୍ଦ୍ଦମା ପରିଚାଳନାରେ ଅବ୍ୟବସ୍ଥା ଏବଂ ପ୍ରଶାସନିକ ଅବହେଳାର ଚିତ୍ର ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।ଜଳାଶୟରେ ଦୂଷିତ ପାଣି ପ୍ରବେଶକୁ ତୁରନ୍ତ ରୋକିବା ସହ ରାମସାଗରର ଜଳର ଗୁଣବତ୍ତା ଯାଞ୍ଚ କରିବାକୁ ଦାବି ହୋଇଛି।ଘଟଣା ସମ୍ପର୍କରେ ଖବର ପାଇ ପାରଳା ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମାଛ ମରିଯିବା ଯୋଗୁଁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ ମତ୍ସ୍ୟ ବିଭାଗ ପକ୍ଷରୁ ରାମସାଗରର ଜଳ ଓ ମୃତ ମାଛର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି। ପରୀକ୍ଷା ରିପୋର୍ଟ ଆସିବା ପରେ ମାଛ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ସହରର ଏକ ପ୍ରମୁଖ ଜଳାଶୟ ରାମସାଗରକୁ ପ୍ରଦୂଷଣମୁକ୍ତ ରଖିବା ସହ ନର୍ଦ୍ଦମା ପାଣି ପ୍ରବେଶ ରୋକିବା ଏବଂ ମତ୍ସ୍ୟଜୀବୀଙ୍କ କ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।