ମୁଖ ଗହ୍ୱର କ୍ୟାନସରରେ ପୀଡ଼ିତ ପ୍ରଶାନ୍ତଙ୍କର ସରକାରୀ ସହାୟତା ପାଇଁ ଅନୁରୋଧ

ମୁଖ ଗହ୍ୱର କ୍ୟାନସରରେ ପୀଡ଼ିତ ପ୍ରଶାନ୍ତଙ୍କର ସରକାରୀ ସହାୟତା ପାଇଁ ଅନୁରୋଧ

*ମୁଖ ଗହ୍ୱର କ୍ୟାନସରରେ ପୀଡ଼ିତ ପ୍ରଶାନ୍ତଙ୍କର ସରକାରୀ ସହାୟତା ପାଇଁ ଅନୁରୋଧ*

ଗଜପତି, ୧୪/୦୯(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମର ବାସିନ୍ଦା ପ୍ରଶାନ୍ତ ବାରିକ ମୁଖ ଗହ୍ଵର କ୍ୟାନସରରେ ପୀଡ଼ିତ ହୋଇ ବର୍ତ୍ତମାନ କଟକରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ପ୍ରତିମାସ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଔଷଧ ଓ ଚିକିତ୍ସା ବାବଦରେ ଖର୍ଚ୍ଚ ହେଉଥିବା ସେ ପ୍ରକାଶ କରିଛନ୍ତି।ପ୍ରଶାନ୍ତଙ୍କ ପରିବାରରେ ସ୍ତ୍ରୀ ଓ ଦୁଇ ଜଣ ଛୋଟ ଛୁଆ ଅଛନ୍ତି। ଗତ କିଛି ମାସ ହେଲା ସେ ଅସୁସ୍ଥତା ଯୋଗୁଁ କୌଣସି କାର୍ଯ୍ୟ କରିପାରୁନାହାନ୍ତି। ଫଳରେ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ଦୈନନ୍ଦିନ ଘର ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି।ଏଭଳି ପରିସ୍ଥିତିରେ ପ୍ରଶାନ୍ତଙ୍କ ଚିକିତ୍ସା ପାଇଁ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଘଟଣା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ସହାୟତାର ହାତ ବଢ଼ାଇଲେ ଅସହାୟ ପରିବାରଟି ଉପକୃତ ହୋଇପାରିବ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।ଏଥିସହ କୌଣସି ବଦାନ୍ୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ସାମାଜିକ ଅନୁଷ୍ଠାନ ପ୍ରଶାନ୍ତଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ତାଙ୍କ ପରିବାର ଉପକୃତ ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।