ମହେନ୍ଦ୍ରତନୟା ନଦୀରେ ଗାଧୋଇବାକୁ ଯାଇ ୬୯ ବର୍ଷୀୟ ବୃଦ୍ଧ ନିଖୋଜ

ମହେନ୍ଦ୍ରତନୟା ନଦୀରେ ଗାଧୋଇବାକୁ ଯାଇ ୬୯ ବର୍ଷୀୟ ବୃଦ୍ଧ ନିଖୋଜ

*ମହେନ୍ଦ୍ରତନୟା ନଦୀରେ ଗାଧୋଇବାକୁ ଯାଇ ୬୯ ବର୍ଷୀୟ ବୃଦ୍ଧ ନିଖୋଜ*

ଗଜପତି,୧୨.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ଅମରା ଗ୍ରାମରେ ଜଣେ ୬୯ ବର୍ଷୀୟ ବୃଦ୍ଧ ମହେନ୍ଦ୍ରତନୟା ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ପିତା–ମହେନ୍ଦ୍ର ପାଣିଗ୍ରାହୀ।ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟା ୪୦ ମିନିଟ୍ ସମୟରେ ଦୁର୍ଗା ପ୍ରସାଦ ମହେନ୍ଦ୍ରତନୟା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରି ନଆସିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସେ ନଦୀରେ ନିଖୋଜ ହୋଇଥିବା ନେଇ ଖବର ମିଳିଥିଲା।ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହେନ୍ଦ୍ରତନୟା ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ନଦୀରେ ଦିନସାରା ବ୍ୟାପକ ଖୋଜାଖୋଜି କରି ଥିଲେ ମଧ୍ୟ ଦୁର୍ଗା ପ୍ରସାଦଙ୍କର ପତ୍ତା ମିଳିନାହିଁ।ସେ ସ୍ଥାନୀୟ ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା କିନ୍ତୁ ଆଲୋକ ଅଭାବରୁ ଖୋଜାଖୋଜି କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବା ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ଧୀରେନ୍ଦ୍ର କୁମାର ଦାସ ସୂଚନା ପ୍ରଦାନ କରିବା ସହ ଆସନ୍ତା କାଲି ପୁଣି ଥରେ ଖୋଜାଖୋଜି କରାଯିବ ବୋଲି କହିଛନ୍ତି।