*ଗଜପତି,୧୨.୯(ମନୋଜ ପାଢ଼ୀ):-ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଗଜପତି ଶାଖା ପକ୍ଷରୁ ଅତିବଡ଼ ଜଗନ୍ନାଥ ଦାସ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ ଓ ଭାଗବତ ଆବୃତ୍ତି ପ୍ରତିଯୋଗିତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ମାତୃମଣ୍ଡଳୀ ଯୋଗଦେଇ ପ୍ରବନ୍ଧ ଲିଖନ ଓ ଭାଗବତ ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ୧୧ ଜଣ, କନିଷ୍ଠ ବର୍ଗରେ ୩୭ ଜଣ ଓ ଭାଗବତ ଆବୃତ୍ତିରେ ୯ ଜଣ ଅଂଶଗ୍ରହଣ କାରିଥିଲେ। ଏହି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଅତିବଡ଼ ଜୟନ୍ତୀ ଅବସରରେ ପୁରସ୍କୃତ କରାଯିବ। ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ପ୍ରଭାରୀ ଡ଼ଃ କଲ୍ୟାଣୀ ମିଶ୍ର, ସମ୍ପାଦକ ଶ୍ରୀ ସରୋଜ କୁମାର ପଣ୍ଡା, ରାଜ୍ୟ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ,ସଦସ୍ୟ ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀ ମୁରଲୀଧର ପରିଚ୍ଛା, ଶ୍ରୀ ରାଜେନ୍ଦ୍ର ପଢିଆରୀ, ଶ୍ରୀ ବେଣୁ ଗୋପାଳ ପାଢ଼ୀ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀମତୀ ସଙ୍ଗୀତା ପାତ୍ର, ଶ୍ରୀମତୀ ସୁଜାତା ନନ୍ଦ, ଶ୍ରୀମତୀ ପ୍ରେମାଞ୍ଜଳୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ଅତିବଡ଼ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ ଓ ଭାଗବତ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ।
