*ପକ୍କା ରାସ୍ତା ଓ ରାସ୍ତା ଆଲୋକୀକରଣ ନିମନ୍ତେ ଦାବି ଜଣାଇଲେ ଝାମି ଗ୍ରାମବାସୀ ।
ଗଜପତି:(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ପୌରପରିଷଦର ଡମ୍ପିଂୟାର୍ଡ ଠାରୁ ଝାମି ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ସହ ରାସ୍ତା ଆଲୋକୀକରଣ କରିବା ନିମନ୍ତେ ଝାମି ଗ୍ରାମବାସୀମାନେ ଗଜପତି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ରାସ୍ତାଟି କଚ୍ଚା ଥିବାରୁ ବିଶେଷକରି ବର୍ଷା ଋତୁରେ ଏହାର ପାର୍ଶ୍ୱ ନାଳରେ କାଦୁଅ ପାଣି ଭରିଯାଉଥିବାରୁ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଣୁ ଗ୍ରାମବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡମ୍ପିଂୟାର୍ଡ ଠାରୁ ଝାମି ଗ୍ରାମକୁ ଯାଇଥିବା ରାସ୍ତାକୁ ପକ୍କାରାସ୍ତା ନିର୍ମାଣ କରିବା ସହ ରାସ୍ତାରେ ବିଦ୍ୟୁତ୍ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।
