ଖଜୁରୀପଡା ଠାରେ ଓଡିଶା ଜନତା କଂଗ୍ରେସ ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ….

ଖଜୁରୀପଡା ଠାରେ ଓଡିଶା ଜନତା କଂଗ୍ରେସ ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ....

ଖଜୁରୀପଡା ଠାରେ ଓଡିଶା ଜନତା କଂଗ୍ରେସ ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଠାରେ ଓଡିଶା ଜନତା କଂଗ୍ରେସ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆନନ୍ଦେଶ୍ଵର କହଁରଙ୍କ ଅଧ୍ୟକ୍ଷତାରେ ଏବଂ କନ୍ଧମାଳ ଜିଲ୍ଲା ପ୍ରଭାରୀ ଶ୍ରୀମତୀ ଅନୀତା ନାୟକ ଙ୍କ ର ଉପସ୍ଥିତ ରେ ଖଜୁରୀପଡ଼ା ଏବଂ ଫୁଲବାଣୀ ଡାକପଳା ଠାରେ ଓଡିଶା ଜନତା କଂଗ୍ରେସ ର ହାତରେ ହାତ ମିଶେଇ ଆଗକୁ ବଡିବା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ମୁଖ୍ୟ ଅଭିମୁଖ୍ୟ କୁ ଅନୁସାରେ ଜିଲ୍ଲା ସଭାପତି ଶ୍ରୀ କହଁର ସମସ୍ତ ଜନତା କଂଗ୍ରେସ ର କର୍ମକର୍ତା ଙ୍କୁ ସଂଗଠନ ସ୍ୱଦୃଡ଼ କରିବା ପାଇଁ ଜନସାଧାରଣଙ୍କ ନିକଟତର ହେବା ପାଇଁ ନିଜର ବକ୍ତବ୍ୟ ରଖିଥିଲେ l ଏହି ସଂଗଠନ କନ୍ଧମାଳ ଜିଲ୍ଲା ର ସମସ୍ତ ବ୍ଲକ ସ୍ତରୀୟ କର୍ମୀ ସମିଳନୀ କରିବା ନେଇ ଆଲୋଚନା ହୋଇଥିଲା l ଏହି କର୍ମୀ ସମ୍ମିଳନୀ ରେ ଖଜୁରୀପଡା ବ୍ଲକ ସଭାପତି ଶ୍ରୀ ବସନ୍ତ କୁମାର ବେହେରା, ଅଚ୍ୟୁତ ବେହେରା ପ୍ରମୁଖ କର୍ମୀ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଦେଖିବାକୁ ମିଳିଛି l