ତାମିଲନାଡୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, ଜଣେ ଗିରଫ ।

ତାମିଲନାଡୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, ଜଣେ ଗିରଫ ।

ତାମିଲନାଡୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, ଜଣେ ଗିରଫ ।

ଗଜପତି 2/9(ମନୋଜ କୁମାର ପାଢ଼ୀ):ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଏହି ଜିଲ୍ଲାର ରାଇସିଂ ଛକ ନିକଟରେ ପେଟ୍ରୋଲିଂ ସମୟରେ ଜଣେ ଯୁବକଙ୍କ ନିକଟରୁ ୫ କିଲୋ ଗଞ୍ଜେଇ ଜବତ କରାଯାଇଛି. ଜିଲ୍ଲା ଅଧିକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ଏହି ଘଟଣାରେ ତାମିଲନାଡୁର ଅରୁଣ ଜିଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ମୋହନା ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଦଣ୍ଡ ଶବର ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ ମୋହନା ଅବକାରୀ ବିଭାଗର କର୍ମଚାରୀମାନେ ରାଇସିଂ ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଏକାକୀ ଠିଆ ହୋଇଥିବା ଦେଖ୍ ଅବକାରୀ କର୍ମଚାରୀମାନେ ତାଙ୍କୁ ପଚରାଉଚରା କରିଥିଲ. ପରେ ତାଙ୍କ ନିକଟରେ ଥ‌ିବା ବ୍ୟାଗ୍ ତଲାସୀ କରାଯିବାରୁ ସେଥୁରୁ ଗଞ୍ଜେଇ ମିଳିଥ ଓଜନ କରାଯିବା ପରେ ଏହାର ପରିମାଣ ୫ କିଲୋ ବୋଲି ଜଣାପଡ଼ିଥିଲା. ପ୍ରାଥମିକ ପଚରାଉଚରାରୁ ଜବତ ଗଞ୍ଜେଇ ମୋହନା ଅଞ୍ଚଳରୁ ତାମିଲନାଡୁ ଚାଲାଣ ହେଉଥୁବା ଅବକାରୀ ବିଭାଗ ଜାଣିବାକୁ ପାଇଥିବା କହିଛି।