ଟିକାବାଲି କଲେଜରେ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ…
ଟିକାବାଲି, ୩୧/୦୮/୨୦୨୬(ରିପୋର୍ଟ କୁନା ଦିଗାଲ )ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟ ଟିକାବାଲିରେ ତା.୩୧.୦୮.୨୦୨୬ ଦିନ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ବନମାଳୀ ବେହେରାଙ୍କ ସଭାପତିତ୍ୱରେ ଚାଲିଥିବା ଆଜିର ସମୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ଜରୁରୀ ଏବଂ ସମସ୍ତ ଛାତ୍ରୀମାନେ ତାଲିମ ନେବା ଜରୁରୀ ବୋଲି ସଭାପତି ମହୋଦୟ ମତ ଦେଇଥିଲେ। ଏହି କାର୍ଯକ୍ରମରେ ଶକ୍ତିଶ୍ରୀ ସଂଯୋଜିକା ତଥା ଅର୍ଥନୀତି ବିଭାଗର ଅଧ୍ୟାପିକା ସୁଶ୍ରୀ ଶିବାନୀ କହଁର ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ।ମହାବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଶିବରଞ୍ଜନ ସାଙ୍ଗା, ଟିକାବାଲି ,ଥାନା ଭାରପ୍ରାପ୍ତ ଅଧିକାରୀ ଯୋଗଦେଇ ଆତ୍ମରକ୍ଷା କୌଶଳ ଗୁଡିକୁ ଅନୁସରଣ କରି ସଶକ୍ତ ହେବାକୁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଗଣିତ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ବିରୂପାକ୍ଷ ତ୍ରିପାଠୀ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ତଥା ଅନ୍ତରୀଣ ଅଭିଯୋଗ କମିଟିର ସଭାପତି ଶ୍ରୀମତୀ ସଂଘମିତ୍ରା ଦାସ ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ତଥା ଅନ୍ତରୀଣ ଅଭିଯୋଗ କମିଟିର ଅନ୍ୟତମ ସଦସ୍ୟା ଶ୍ରୀମତୀ ନିବେଦିତା ଭୋଇ, କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ମନୋଜ କୁମାର ଭୋଇ ଏବଂ ବହୁ ସଂଖ୍ୟାର ଛାତ୍ରୀ ସଭାରେ ଉପସ୍ଥିତ ଥିଲେ। ପରିଶେଷରେ ଅନ୍ତରୀଣ ଅଭିଯୋଗ କମିଟିର ଅନ୍ୟତମ ସଦସ୍ୟା ତଥା ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ସୁଶ୍ରୀ ଚମ୍ପା ସୋରେନ୍ ଧନ୍ୟବାଦ ଅର୍ପଣ କରିଥଲେ।
