ଲେବିଡି ଉଚ୍ଚ ବିଦ୍ୟାଳୟ ରେ ରକ୍ତ ଦାନ ଶିବିର #୬୦ୟୁନିଟ ରକ୍ତ ସଂଗୃହୀତ…..
ବରଗଡ,(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଲେବିଡି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଲେବିଡି ଗ୍ରାମବାସୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତ ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ସ୍କୁଲ ଶିକ୍ଷକ ଶ୍ରୀମାନ ଯଦୁମଣି ଭୋଇ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୬୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାର ର ଉପ ସଭାପତି ସଚି ପଣ୍ଡା ,ଉପଦେଷ୍ଟା ରକ୍ଷ ପାଲ ସାହୁ, ଖଗେଶ୍ବର ସାହୁ, ଲବ ସାହୁ , ଆଶିଷ ମହାପାତ୍ର , ମାନସ ମେହର, ରାତ୍ର ପ୍ରଧାନ,ହେମାଞ୍ଚଲ ସାହୁ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନିଷ୍ଠା ପରିବାର ସଦସ୍ୟ ଟଙ୍କଧର ପ୍ରଧାନ, ଅମିତ ଭୋଇ, ଶୁଭ୍ରାଂଶୁ ସରାଫ ଓ ଅନ୍ୟ ମାନେ ଉପରୋକ୍ତ ଶିବିର ର ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ଲେବିଡି ଗ୍ରାମବାସୀ ଙ୍କୁ ଆମ ନିଷ୍ଠା ପରିବାର ତରଫ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଛୁ ଓ ଲେବିଡି ଗ୍ରାମବାସୀ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ହୃଦୟ ରୁ ଧନ୍ୟବାଦ।
