କନ୍ଧମାଳ ଭାରତୀୟ ମଜଦୂର ସଂଘ ପକ୍ଷରୁ ପର୍ଯ୍ୟାବରଣ ଦିବସ ପାଳିତ

କନ୍ଧମାଳ ଭାରତୀୟ ମଜଦୂର ସଂଘ ପକ୍ଷରୁ ପର୍ଯ୍ୟାବରଣ ଦିବସ ପାଳିତ

କନ୍ଧମାଳ ଭାରତୀୟ ମଜଦୂର ସଂଘ ପକ୍ଷରୁ ପର୍ଯ୍ୟାବରଣ ଦିବସ ପାଳିତ କନ୍ଧମାଳ :୩୦/୨୬:(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଭାରତୀୟ ମଜଦୂର ସଂଘ ପକ୍ଷରୁ ଫୁଲବାଣୀ ରେ ଥିବା କେବି ହିଷ୍ଟି କଲେଜ ଠାରେ ପର୍ଯ୍ୟାବରଣ ଦିବସ ପାଳିତ ହେଇଯାଇଛି। ମନୁଷ୍ୟ ସୁଖ ସ୍ଵାଛନ୍ଦ୍ୟ ଓ ବିଳାସ ବ୍ୟସନରେ ରହିବା ପାଇଁ ପ୍ରକୃତି ଉପରେ ଦାଉ ସାଜୁଛି, ଯାହା ଫଳରେ ପରିବେଶ ପ୍ରଦୂଷଣ ହେଉଛି। ଅବାଞ୍ଚିତ ଜଙ୍ଗଲ କ୍ଷୟ, କଳ କାରଖାନା ବୃଦ୍ଧି, କଂକ୍ରିଟ ଜଙ୍ଗଲ ବୃଦ୍ଧି, ଖଣି ଖାଦାନ ବୃଦ୍ଧି ଓ ଗାଡି ମଟର ବୃଦ୍ଧି ହେଉଥିବାରୁ ଉତ୍ତାପ ବୃଦ୍ଧି ହେବା ସହ ଜଳବାୟୁ ପରିବର୍ତ୍ତନ ହେଉଛି। ଉତ୍ତାପ ବୃଦ୍ଧି ହେତୁ ମେରୁରେ ବରଫ ତରଳୁଛି। ସମୁଦ୍ର ଜଳପତନ ବୃଦ୍ଧି ହେବା ଫଳରେ ତଟବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବ। ଅଦିନ ବର୍ଷା, ବନ୍ୟା ବାତ୍ୟା ଇତ୍ୟାଦି ବୃଦ୍ଧି ହେବ, ଯାହା ମଣିଷ ସମାଜ ପାଇଁ ଅସୁବିଧା ସୃଷ୍ଟି ହେବ। ଭୂଗର୍ଭସ୍ଥ ଜଳ ପତନ ହ୍ରାସ ହେଉଛି।ତେଣୁ ପରିବେଶ ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। କଲେଜ ପରିସର ରେ ପର୍ଯ୍ୟାବରଣର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରାଯାଇଥିଲା। ଜନସଂଖ୍ୟା ବୃଦ୍ଧି ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ। ଗୋଟିଏ ପୂର୍ଣ୍ଣ ବୟସ୍କ ଗଛ ଜୀବନ କାଳରେ 20 ଲକ୍ଷ ଟଙ୍କାର ଅମ୍ଲଜାନ ଦେଇଥିବା ବେଳେ 40 ଲକ୍ଷ ଟଙ୍କାର ପାଣି ପୂନଃ ବ୍ୟବହାର କରିଥାଏ। 35 ଲକ୍ଷ ଟଙ୍କାର ବାୟୁ ପ୍ରଦୁଷଣ ନିୟନ୍ତ୍ରଣ କରିବା ବେଳେ ପ୍ରତି ବର୍ଷ ତିନି କିଲୋ ଅଙ୍ଗାରକାମ୍ଲ ଶୋଷି ଥାଏ। ଏହି ଅବସର଼େ ବିଏମଏସ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଲଳିତ ମଲ୍ଲିକ ,କେବି ହିଷ୍ଟର ଅଧ୍ୟକ୍ଷ ଅନିଲ ଚୌଧୁରୀ, ଉପାଧ୍ୟକ୍ଷ ଅମୂଲ୍ୟ କୁମାର ଜେନାଙ୍କ ସହ ଅଧ୍ୟାପକ ସୁରଭିବାଳା ପାଣିଗ୍ରାହୀ, ଆଶିଷ କୁମାର ଦାସ, ଦେବାଶିଷ ପଟ୍ଟନାୟକ , ଶୁଭଶ୍ରୀ ସାହୁ,ଦୈତାରୀ କହଁର ଙ୍କ ସହ କଲେଜର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଶେଷରେ ଅଚ୍ୟୁତାନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।