ରେମଣ୍ଡା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ପାଳିତ ହୋଇଯାଇଛି।

ରେମଣ୍ଡା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ପାଳିତ ହୋଇଯାଇଛି।

ରେମଣ୍ଡା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ପାଳିତ ହୋଇଯାଇଛି।

ବରଗଡ ୨୮,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ୧୬୫ ତମ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ, ଶ୍ରାବଣ ପୂର୍ଣ୍ଣିମା ତିଥିରେ ଗଙ୍ଗାଧର ସାହିତ୍ୟ ସଂସଦ ଓ ଶାନ୍ତାଦେବୀ ମେହେର(ଭୁଲିଆ) ସମାଜ, ରେମଣ୍ଡାର ମିଳିତ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଭାତଫେରୀ ଓ ସଂନ୍ଧ୍ଯାରେ ଗ୍ରାମ୍ୟ ପରିକ୍ରମା ପରେ ବୀର ସୁରେନ୍ଦ୍ର ସାଏ ମଣ୍ଡପଠାରେ ଉଭୟ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ହରିନାରାୟଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମାବେଶରେ ମୁଖ୍ୟ ଅତିଥି ଭାବେ ପଲ୍ଲୀଶ୍ରୀ ମହାବିଦ୍ୟାଳୟ ଚିଚିଣ୍ଡା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ କର ଯୋଗଦାନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିଲେ । ଗ୍ରାମର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗଙ୍ଗାଧର ସଂଗୀତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଶିଷ୍ଟ ବାନ୍ଧଶିଳ୍ପୀଙ୍କ ହସ୍ତତନ୍ତ ୱାଲହେଂଗିଂ ପ୍ରଦର୍ଶନ ପାଇଁ ଅଯୋଧ୍ୟା ମେହେରଙ୍କୁ ସମ୍ମାନିତ କରାଯାଇ ପୁରସ୍କୃତ କରାଯାଇଥିଲା। ଅତିଥି ମାନଙ୍କ ଉଚ୍ଚକୋଟୀର ଗଙ୍ଗାଧର ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ ଓ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲେ । ପର୍ଶୁରାମ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ପରିଶେଷରେ ସଦସ୍ୟ ଗଙ୍ଗାଧର ମେହେରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଗ୍ରାମର ଶତାଧିକ ଗଙ୍ଗାଧର ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ, ଉଭୟ ଅନୁଷ୍ଠାନର ସଦସ୍ୟ/ସଦସ୍ୟାମାନେ ସହଯୋଗ କରିଥିଲେ ।