ଯାତ୍ରୀବାହୀ ବସ୍ ଭଙ୍ଗାରୁଜା କରିବା ସହ ହେଲପର୍ କୁ ମାଡ଼ ମାରି ଦାଦା ବଟି ମାଗି ୩ ଅଭିଯୁକ୍ତ କୋର୍ଟ ଚାଲାଣ।
ବଡବଜାର ଥାନା ଅନ୍ତର୍ଗତ ଡୁଡୁମା କଲୋନୀ ନୁଆ ବସ୍ ଷ୍ଟାଣ୍ଡ ରେ ଯାତ୍ରୀବାହୀ ବସ୍ “ବରାଳ ଦେବୀ “ଭଙ୍ଗାରୁଜା କରିବା ସହ ହେଲପର୍ ଉମା ମିଶ୍ର କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଓ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। ଯାହାକି ଭିଡିଓ ପ୍ରଘଟ ପରେ ଉକ୍ତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।ଗୁରୁତର ଆହତ ହେଲପର୍ ବଡବଜାର ଥାନା ରେ ଅଭିଯୋଗ କରିଥିଲେ ଓ ତାଙ୍କର ଅଭିଯୋଗ ଗ୍ରହଣ କରି ପୋଲିସ ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ବସ୍ ଷ୍ଟାଣ୍ଡ ନିକଟସ୍ଥ ରଘୁପତି ନଗର ର ଓମ୍ ଦାସ, ପାଣିଗ୍ରାହୀ ସାହିର ଓମ୍ ନାୟକ ଓ ଲକ୍ଷ୍ମୀ ନୃସିଂହ ସାହିର ରାହୁଲ କ୍ଷେତ୍ରୀ ନାମରେ ୩ ଜଣ ଯୁବକ କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଥାନାରେ ଜେରା କରିବା ପରେ ଆଜି ସେମାନଙ୍କୁ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।
