ହଜାର ହାଜର ଜନସାଧାରଣ କୋଣ୍ଡା ବାବୁ ଙ୍କ ଅନ୍ତିମ ଶୋଭାଯାତ୍ରା ରେ ଯୋଗଦେଇ ବିଦାୟ ଅଶ୍ରୁଭରା ନୟନ ରେ ବିଦାୟ ଦେଲେ
ରାୟଗଡ( ଅମୁଲ୍ୟ ନିଶଙ୍କ ) ବିଜେପି ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ରାୟଗଡ଼ା ଟ୍ରକ ମାଲିକ ସଂଘର ସଭାପତି ତଥା ବିଶିଷ୍ଠ ସମାଜସେବୀ ଦୁଖୀ ରଙ୍କି ଗରିବ ଙ୍କ ସାଥୀ ଆମ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଓ ଆଦରଣୀୟ ୟାଲ୍ଲା କଣ୍ଡା ବାବୁଙ୍କ ପରଲୋକ ଖବର ଶୁଣିବା ପରେ ପରେ ବିଜେପି ଦଳ ର ନେତା କର୍ମୀ ଙ୍କ ସହିତ ଜ଼ିଲ୍ଲା ବିଜେପି ପ୍ରଭାରୀ କେ ନାରାୟଣ ରାଓ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ରାୟଗଡ ବିଧାୟକ ଆପ୍ପାଲସ୍ୱାମି କଣଡ୍ରକା ସାଂସଦ ସପ୍ତଗିରି ଉଲାକା ପୂର୍ବତନ ବିଧାୟକ ଝିନ୍ନ ହିକକାରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ,ରାୟଗଡ ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର ରାଓ, ଉପସଭାପତି ରାୟଗଡ ଇପିଲି ଧବଳେଶ୍ୱର ନାଇଡ଼ୁ, ବିଜେଡି ମହିଳା ଶୋଭାନେତ୍ରୀ ଅନୁସୟା ମାଝୀ, ଶୁଭ୍ରା ପଣ୍ଡା, ରାୟଗଡ ର ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି କାଶୀପୁର ର ବରିଷ୍ଠ ନେତା କୃଷ୍ଣ ମହାପତ୍ର ଙ୍କ ସମତେ ପ୍ରାୟ 6 ହଜାର ରୁ ଉର୍ଦ୍ଧ ବ୍ୟକ୍ତି ସ୍ବର୍ଗତ କୋଣ୍ଡା ବାବୁ ଙ୍କ ଶେଷ ଦର୍ଶନ କରିବା ସହିତ ଅନ୍ତିମ ଶୋଭାଯାତ୍ରା ରେ ଭାଗ ନେଇ ଅଶ୍ରୁଭରା ନୟନ ରେ ବିଦାୟ ଜଣାଇଥିଲେ l ସ୍ବର୍ଗତ କୋଣ୍ଡା ବାବୁ ଙ୍କ ପୁଅ ପହଂଚିବା ପରେ ନୀତିକାନ୍ତି ପୂର୍ବକ କାର୍ଯ୍ୟକ୍ରମ ସମାପ୍ତି ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା l ପ୍ରଥମେ ପାର୍ଥିବ ଶରୀର କୁ ରାଣୀଗୁଡା ଫାର୍ମ ର ମା ମଝିଘରିଆଣି ମଣ୍ଡପ, ରିଙ୍ଗ ରୋଡ ବିଜେପି ଅଫିସ, ଟ୍ରକ ୟୁନିଅନ ଅଫିସ ହୋଇ ସହର ର ମୁଖ୍ୟ ରାସ୍ତା ଦେଇ ସେରୀଗୁଡା ସ୍ମଶାନ ରେ ପହଞ୍ଚିଥିଲା l ହଜାର ହଜାର ବ୍ୟକ୍ତି କୋଣ୍ଡା ବାବୁ ଆମର ରହେ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ l ସ୍ଥାନୀୟ ସେରୀଗୁଡା ସ୍ମଶାନ କୋଣ୍ଡା ବାବୁ ଙ୍କୁ ମୁଖାଗ୍ନି ଦେବା ସମୟରେ ଜନସାଧାରଣ ପରସ୍ପୋର କୁ ଧରି କାନ୍ଦି କାନ୍ଦି କୋଣ୍ଡା ବାବୁ ଙ୍କୁ ବିଦାୟ ଦେଇଥିଲେ ଏହି ସମୟର ଦୃଶ୍ୟ ଅତିକଷ୍ଟଦାୟକ ଥିଲା l କୋଣ୍ଡା ବାବୁ ଙ୍କ ବିୟୋଗରେ ରେଖା୍ପଦର ଗ୍ରାମର ବିଶିଷ୍ଟ ସମାଜ ସେବି ଲକ୍ଷ୍ମୀ ମୋହନ ପଟ୍ଟନାୟକ ଭାଙ୍ଗି ପୋଡି କହଚନ୍ତି ଯେ କୋଣ୍ଡା ବାବୁ ଥିଲେ ଜନମାନସ ର ନେତା ପ୍ରତିଦିନ ସହ ସହ ଲୋକ ଆସି କୋଣ୍ଡା ବାବୁ ନିଜର ଅଭାବ ଆସିବିଧା ଜଣାଇଥାନ୍ତି ଏହାର ସମାଧାନ କରୁଥିଲେ l ରାଜନୀତି ରୁ ଉର୍ଦ୍ଧ ରେ ରହି ସମାଜର ସବୁ ବର୍ଗ ର ଜନସାଧାରଣ ଙ୍କ ସେବକରୁଥିଲେ l କୋଣ୍ଡା ବାବୁ ଙ୍କ ଅକାଳ ବିୟୋଗ ରାୟଗଡ ବିଜେପି ଓ ଜ଼ିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି l କୋଣ୍ଡା ବାବୁ ଙ୍କ ବିଷୟରେ ଆଉ ଅଧିକ କିଛି କହିବ ପାଇଁ ମୋପାଖରେ ଧର୍ଯ୍ୟ ନାହିଁ ବଲି ଲକ୍ଷ୍ମୀ ମୋହନ କାନ୍ଦି କାନ୍ଦି କହିଥିଲେ l କୋଣ୍ଡା ବାବୁ ଙ୍କ ଅକାଳ ବିୟୋଗ ଆମ ସମସ୍ତଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି….କିଛି ବିୟୋଗ କେବଳ ଜଣେ ମଣିଷଙ୍କୁ ହରାଇବା ନୁହେଁ, ଏହା ଏକ ସମ୍ପର୍କ, ଏକ ଆଶ୍ରୟ ଓ ଏକ ଅମୂଲ୍ୟ ଅଧ୍ୟାୟକୁ ହରାଇବା….ଆଜି କଣ୍ଡା ବାବୁ ଆମ ଗହଣରେ ନାହାନ୍ତି—ଏହି କଠିନ ସତ୍ୟକୁ ଗ୍ରହଣ କରିବା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଅସହ୍ୟ…ଜଣେ ନିଷ୍ଠାବାନ ନେତା, ସଂଗଠନ ପ୍ରତି ସମର୍ପିତ କାର୍ଯ୍ୟକର୍ତ୍ତା ଏବଂ ଜଣେ ଦରଦୀ ଓ ସ୍ନେହଶୀଳ ମଣିଷ ଭାବରେ ତାଙ୍କର ବ୍ୟକ୍ତିତ୍ୱ ସବୁଦିନ ଆମ ହୃଦୟରେ ଜୀବନ୍ତ ରହିବ…ଦଳ ପ୍ରତି ତାଙ୍କର ଅତୁଟ ନିଷ୍ଠା, ସଂଗଠନ ପ୍ରତି ତାଙ୍କର ଭଲପାଇବା, ସାହସ, ସରଳତା ଓ ନିରନ୍ତର ସେବା ଆଗାମୀ ପିଢ଼ି ପାଇଁ ମଧ୍ୟ ଏକ ପ୍ରେରଣା ହୋଇ ରହିବ ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କର ସ୍ନେହ, ଆଶୀର୍ବାଦ ଓ ଆତ୍ମୀୟତାକୁ ମୁଁ କେବେ ଭୁଲିପାରିବି ନାହିଁ ବୋଲି ଆଜିର ଶେଷ ଦର୍ଶନ ରେ ଉପସ୍ଥିତ ବିଭିନ୍ନ ଦଳର ନେତା ତଥା ଜନସାଧାରଣ ମତ ରଖିଛନ୍ତି l ତାଙ୍କରି ସ୍ନେହ ଓ ମାର୍ଗଦର୍ଶନ ଜନସାଧାରଣ ଜୀବନରେ ସବୁଦିନ ଏକ ଅମୂଲ୍ୟ ସ୍ମୃତି ହୋଇ ରହିବ ତାଙ୍କ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ, ତାଙ୍କର ସ୍ନେହଭରା କଥା ଓ ତାଙ୍କର ଆତ୍ମୀୟ ବ୍ୟବହାର ଆଜି ଆମ ସ୍ମୃତିରେ ଅଶ୍ରୁ ହୋଇ ଝରୁଛିବୋଲି ଏକ ବ୍ୟକ୍ତି କହିଛନ୍ତି lତାଙ୍କର ବିୟୋଗରେ କେବଳ ତାଙ୍କ ପରିବାର ନୁହେଁ, ସମଗ୍ର ରାୟଗଡ଼ା ଏବଂ ରାୟଗଡ଼ା ବିଜେପି ପରିବାର ଜଣେ ନିଷ୍ଠାବାନ ସହଯୋଦ୍ଧା ଓ ଜଣେ ଆତ୍ମୀୟଙ୍କୁ ହରାଇଛି….ତାଙ୍କର ଅନୁପସ୍ଥିତି ଆମ ମଧ୍ୟରେ ଯେଉଁ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ତାହା କେବେବି ପୂରଣ ହେବ ନାହିଁ l
କଣ୍ଡା ବାବୁ ଶାରୀରିକ ଭାବେ ଆମ ଗହଣରେ ନଥିଲେ ମଧ୍ୟ, ତାଙ୍କର ଚିନ୍ତାଧାରା, ସେବା ଓ ସ୍ମୃତି ସବୁଦିନ ଆମ ହୃଦୟରେ ଅମର ହୋଇ ରହିବ l ମା’ ମଝିଘରିଆଣୀଙ୍କ ଠାରେ ପ୍ରାର୍ଥନା କରି ସ୍ୱର୍ଗତ ଆତ୍ମାଙ୍କୁ ଚିରଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ସମସ୍ତ ଶୁଭେଚ୍ଛୁଙ୍କୁ ଏହି ଅସହ୍ୟ ଦୁଃଖକୁ ସହିବା ପାଇଁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ
ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇ ହଜାର ହଜାର ଜନସାଧାରଣ କୋଣ୍ଡା ବାବୁ ଙ୍କୁ ବିଦାୟ ଜଣାଇଥିଲେ l
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ହଜାର ହାଜର ଜନସାଧାରଣ କୋଣ୍ଡା ବାବୁ ଙ୍କ ଅନ୍ତିମ ଶୋଭାଯାତ୍ରା
