ସମ୍ବାଦ ଆମଓଡିଶା ଓ ସାହିତ୍ୟ ଘରର ରକ୍ଷା ବନ୍ଧନ ଉସ୍ଚବ
ସେମିଳିଗୁଡା.ତାରିଖ ୨୭`୮`୨୦୨୬,ସେମିଳିଗୁଡାରେ ସମ୍ବାଦ ଆମଓଡିଶା ଓ ସମ୍ବାଦ ସାହିତ୍ଯ ଘରର ମିଳିତ ଆନୁକୂଲ୍ୟରେ ରକ୍ଷା ବନ୍ଧନ ଉସ୍ଚବ ଓ ନିଶା ନିବାରଣ ଶପଥ ପାଠ ଉସ୍ଚବ କରାଯାଇ ଥିଲା।ସେମିଳିଗୁଡାର ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏହି କକାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସମ୍ବାଦ ସାହିତ୍ଯ ଘରର ସଂପାଦିକା ସ୍ନିଗ୍ଧାରାଣୀ ମିଶ୍ର ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଥିଲେ।ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ରାଜେନ୍ଦ୍ର ମହାରଣା,ସମାଜ ସେବୀ ଭରତ କୁମାର ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉସ୍ଚାହିତ କରିଥିଲେ। ସମ୍ବାଦର ସ୍ଥାନୀୟ ପ୍ରତିନିଧି ଅଲେଖ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ଚକୋଲେଟ,ମିଷ୍ଟାନ୍ନ ଓ ରାକ୍ଷୀ ପ୍ରଦାନ କରି ରକ୍ଷାବନ୍ଧନ ଉସ୍ଚବ ପାଳନ କରାଯାଇଥିଲା। ଶ୍ରୀମତୀ ମିଶ୍ର ଛାତ୍ରଛାତ୍ରୀଙ୍କୁ ନିଶା ନିବାରଣ ଶପଥ ପାଠ କରାଇ ଥିଲେ। ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
