ଶଙ୍କରାଖୋଲ କଲେଜ ରେ ମାନସିକ ଚାପଗ୍ରସ୍ତ ନିୟନ୍ତ୍ରଣ କର୍ମଶାଳା….
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ମାନସିକ ଚାପଗ୍ରସ୍ତ ନିୟନ୍ତ୍ରଣ କାର୍ମଶାଳା ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଇକିଆ ସୁଧାକିରଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ପ୍ରଦୀପ ପ୍ରାଜ୍ଵଳନ କରି ଶିବିରକୁ ଉଦଘାଟନ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ କହିଲେ ଛାତ୍ର ସମାଜ ମାନସିକ ଚାପଗ୍ରସ୍ତ ହୋଇ ମଦ୍ୟାଶକ୍ତ ଓ ଡ୍ରୋଗସ କୁ ସେବନ କରେ ଯାହା ଫଳରେ ଗୋଟିଏ ସୁନ୍ଦର ଜୀବନ ନଷ୍ଟ ହେବା ସଙ୍ଗେ ସଙ୍ଗେ ପରିବାର ଓ ସମାଜ ନଷ୍ଟ ହୋଇଯାଏ । ମୁଖ୍ୟବକ୍ତା ଭାବେ ଫୁଲବାଣୀ ମୁଖ୍ୟ ଚିକିସାଳୟର ମାନସିକ ବିଚାର ଗ୍ରସ୍ତ ବିଭାଗର କାଉନ୍ସିଲୋର ସୁଶ୍ରୀ ମାଳତୀ ବେହେରା ଯୋଗ ଦେଇ ମାନସିକ ଚାପ କିପରି ଆସେ , ଏହାର ଭଲଦିଗ , ଖରାପ ଦିଗ କଣ ? ଏହାକୁ ଆମେ ନିୟନ୍ତ୍ରଣ କିପରି କରିପାରିବା ବିଷଦ ଭାବରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଶାଖା ପରିଚାଳକ ଅନିରୁଦ୍ଧ ପ୍ରଧାନ , ଅଧ୍ୟାପକ ଶିବରାମ ବେହେରା , ବୈକୁଣ୍ଠନାଥ ପଣ୍ଡା , ଅଧ୍ୟାପିକା ରିତାଞ୍ଜଳୀ ସାହୁ, ରିନାରାଣୀ ପ୍ରଧାନ ମଞ୍ଚାସୀନ ଥିଲେ । କ୍ରିଡା ଶିକ୍ଷକ ବାଳକ୍ରୀଷ୍ଣା ଦୋରା , ଶ୍ରୀଯୁକ୍ତ ସନ୍ୟାସୀ ଜେନା , କାହ୍ନୁ ଚରଣ ସାହୁ, ସଞ୍ଜୟ କୁମାର ନାୟକ ସହଯୋଗ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ମହାନ୍ତି ଅତିଥିଙ୍କ ପରିଚୟ ପ୍ରଧାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
