ବନାଞ୍ଚଳ ରାୟଗଡ଼ ପକ୍ଷରୁ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ଜବତ

ବନାଞ୍ଚଳ ରାୟଗଡ଼ ପକ୍ଷରୁ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ଜବତ

ବନାଞ୍ଚଳ ରାୟଗଡ଼ ପକ୍ଷରୁ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ଜବତ

ରାୟଗଡ ( info media)ବନଖଣ୍ଡ ଅଧିକାରୀ , ରାୟଗଡା ଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ , ବନାଞ୍ଚଳ ଅଧିକାରୀ , ରାୟଗଡ଼ ଙ୍କ ନେତୃତ୍ୟ ରେ ରାୟଗଡ଼ ବନାଞ୍ଚଳ ର ସମସ୍ତ ବନ କର୍ମଚାରୀ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ । ଏହି ଚଢାଉ ରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ , ଗୌରୀ ଶଙ୍କର ଚିକ।ଟୀ ଓ ବିବେକ ରାଓ କ।ଲାଗାରା ଙ୍କ ଘରେ ଚଢାଉ କରଯାଇଥିଲା । ଏହି ଚଢାଉ ରେ କେ ଶ୍ରୀନିବାସ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ , ଗୌରୀ ଶଙ୍କର ଚିକ।ଟୀ ଘରେ ୬୬ ଗୋଟି ଶାଳ ସାଇଜ ଓ ପଟ। ଓ ବିବେକ ରାଓ କଲାଗାରା ଙ୍କ ଘରେ ୫୬ ଗୋଟି ଶାଳ , ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା । ସେମାନେ କୌଣସି ବିଭାଗୀୟ କାଗଜ ଦେଖାଇ ପାରିନଥିଲେ ଓ ସେମାନେ ସ୍ଵୀକାର କରିଲେ ଯେ ସେମାନେ ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ରୁ ଗଛ କାଟି ଆଣିଥିଲେ । ଉପରୋକ୍ତ ଅପରାଧ ସକାଶେ ସେମାନଙ୍କୁ ଶ୍ରୀ ଅନନ୍ତ ହେମ ଚରଣ ବେହେରା , ବନପାଳ , କୋମତାଲପେଟା ଗିରଫ କରିଥିଲେ ଓ କାଠ ଗୁଡିକୁ ଜବତ କରିଥିଲେ । ଏହି ଜବତ କାଠ ର ଆନୁମାନିକ ବଜାର ର ମୂଲ୍ୟ ଟଙ୍କା – ୩୦୦୦୦୦.୦୦ ହେବ । ଏହି ଚଢାଉ ରେ ରାୟଗଡ଼ ସେକ୍ସନ ର ବନପାଳ ଶ୍ରୀ ଗୌରୀ ଶଙ୍କର ସାହୁ , ଶ୍ରୀମତୀ ପଦ୍ମାବତୀ ପାଢୀ , ବନପାଳ ଓ ରାୟଗଡ଼ ବନାଞ୍ଚଳ ର ଅନ୍ୟ କର୍ମଚାରୀ ଯୋଗଦାନ କରିଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ