ବାପା ପୁଅ ହତ୍ୟା ଉଦ୍ୟମ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

ବାପା ପୁଅ ହତ୍ୟା ଉଦ୍ୟମ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

ବାପା ପୁଅ ହତ୍ୟା ଉଦ୍ୟମ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ନିକଟରେ ଗତ ୭ ତାରିଖ ରାତିରେ ଉଦ୍ଧବ ପାଢ଼ୀ ନାମକ ଜଣେ ବ୍ୟକ୍ତି ମୋଟରସାଇକେଲରେ ନିଜ ଘରକୁ ଯିବା ବେଳେ ଜଣେ ଅଜଣା ବ୍ୟକ୍ତି ଲିଫ୍ଟ୍ ମାଗିଥିଲେ ଓ କଥା ରକ୍ଷା କରି ଉଦ୍ଧବ ଗାଡ଼ିରେ ବସାଇ ନେବା ବେଳେ ପଛରେ ବସିଥିବା ବ୍ୟକ୍ତି ଜଣକ ଏକ ଧାରୁଆ ଅସ୍ତ୍ରରେ ଉଦ୍ଧବଙ୍କ ଗଳା କାଟି ହତ୍ୟା ଉଦ୍ୟମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଓ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ପରଦିନ ଉଦ୍ଧବଙ୍କ ପୁଅ କୌଣସି କାମରେ ଯାଉଥିବା ବେଳେ ତାଙ୍କ କକା ପୁଅ ଭାଇ ତାଙ୍କୁ ଅଟକାଇ ହତ୍ୟା ଉଦ୍ୟମ କରିଥିଲା। କିନ୍ତୁ ‌ସାମାନ୍ୟ ଆହତ ହୋଇ ପୁଅ ଥାନା ଯାଇ ଆକ୍ରମଣକାରୀ ଙ୍କ ନାମରେ ଏତଲା ଦେଇଥିଲେ। ଅଭିଯୋଗ ପାଇ ପୋଲିସ ଅନୁସନ୍ଧାନ ଚଳାଇ ସଙ୍କର୍ଷଣ ପାଢ଼ୀ ଓ ସହଯୋଗୀ ହିଞ୍ଜିଳି ସହର ବାପୁଜୀ ନଗର ର ବଳିଆ ଦାସ ନାମକ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଉଦ୍ଧବ ଓ ସଙ୍କର୍ଷଣ ସମ୍ପର୍କୀୟ ଭାଇ ଓ ଫୁଲ ବ୍ୟବସାୟ କୁ ପୁର୍ବରୁ ଶତୃତା ଥିଲା। ପ୍ରତିଶୋଧ ପାରାୟଣ ସଙ୍କର୍ଷଣ କିଛି ଯୁବକ କୁ ନେଇ ଏହି ଭଳି ମାରଣାନ୍ତକ ଆକ୍ରମଣ କରିଥିଲା।