କଂସାରୀଗୁଡ଼ା ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପର ୫ମ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟିବୈଠକ

କଂସାରୀଗୁଡ଼ା ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପର ୫ମ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟିବୈଠକ

କଂସାରୀଗୁଡ଼ା ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପର ୫ମ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟିବୈଠକ ରାୟଗଡ( info media) କଂସାରୀଗୁଡ଼ା ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପର ୫ମ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି, ଅର୍ଥାତ୍ RPDAC ବୈଠକ ଅନୁଷ୍ଠିତ ହୋଇଛି। ଦକ୍ଷିଣାଞ୍ଚଳ ଆର୍‌ଡିସି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ବିଭିନ୍ନ ସମସ୍ୟା, ପୁନର୍ବାସ ଓ ବିକାଶମୂଳକ କାର୍ଯ୍ୟ ନେଇ ଆଲୋଚନା ହୋଇଛି। ବୈଠକରେ ରାୟଗଡ ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, କୋରାପୁଟ ଜିଲ୍ଲାର ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ସାଂସଦ ସପ୍ତଗିରି ଉଲାକା, ରାୟଗଡ ବିଧାୟକ ଆପ୍ପାଲସ୍ୱାମୀ କାଡ୍ରକା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା, କୋରାପୁଟ ଜ଼ିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା, ରାୟଗଡ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ୱତୀ ମାଝୀ,ଜିଲ୍ଲା ପ୍ରଶାସନର ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, RPDAC ସଦସ୍ୟ ଓ ପ୍ରକଳ୍ପ ପକ୍ଷର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୪ର୍ଥ RPDAC ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ସମୀକ୍ଷା କରିବା ସହ ପ୍ରକଳ୍ପ ପ୍ରଭାବିତ ଓ ବିସ୍ଥାପିତ ପରିବାରଙ୍କ ପୁନର୍ବାସ, ଥଇଥାନ, ଅଧିକାର, ସ୍ଥାନୀୟ ନିଯୁକ୍ତି ଓ ଅଞ୍ଚଳର ମୌଳିକ ସୁବିଧା ସୁନିଶ୍ଚିତ କରିବା।ବିଶେଷକରି ବିରୀଗୁଡ଼ା ପୁନର୍ବାସ କଲୋନୀର ପ୍ରଭାବିତ ପରିବାରଙ୍କ ସର୍ଭେ, ଡିପି ତାଲିକା ଓ ପୁନର୍ବାସ ଅଧିକାର ନେଇ ବୈଠକରେ ଗୁରୁତ୍ୱ ସହ ଆଲୋଚନା ହୋଇଛି। ବିସ୍ଥାପିତ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଉଭୟ ଜିଲ୍ଲାର ଜିଲ୍ଲାପାଳ, ଭୂମି ଅଧିଗ୍ରହଣ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ନେଇ ଏକ ସ୍ୱତନ୍ତ୍ର ସବ୍ କମିଟି ଗଠନ କରାଯାଇଛି। ଏହି କମିଟି ବିସ୍ଥାପିତଙ୍କ ଅଭିଯୋଗ ଓ ସମସ୍ୟାର ତଦନ୍ତ କରି ଆସନ୍ତା ଦୁଇ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ପ୍ରଭାବିତ ଅଞ୍ଚଳରେ ଅନୁସାଙ୍ଗିକ ବ୍ୟବସ୍ଥା ପାଇଁ କମ୍ପାନୀ ସିଏସଆର ପାଣ୍ଠିରୁ ଯାହା ଖର୍ଚ୍ଚ ହେଉଛି ସେ ସମ୍ପର୍କରେ ପ୍ରତି ମାସରେ ଜିଲ୍ଲାପାଳଙ୍କୁ ଖର୍ଚ୍ଚର ରିପୋର୍ଟ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଥିବା ବେଳେ  ପ୍ରକଳ୍ପ ପାରିପାର୍ଶ୍ୱିକ ଅଞ୍ଚଳରେ ପାନୀୟଜଳ, ରାସ୍ତା, ନାଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାର ବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଛି। ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସିଏସ୍‌ଆର୍ ପାଣ୍ଠି ବୃଦ୍ଧି ଉପରେ ମଧ୍ୟ ନିଷ୍ପତ୍ତି ହୋଇଛି।ବୈଠକର ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି ସିଏସ୍‌ଆର୍ ପାଣ୍ଠିକୁ ୩୨ କୋଟି ଟଙ୍କାରୁ ବୃଦ୍ଧି କରି ୫୦ କୋଟି ଟଙ୍କା କରାଯିବ ଯାହାକୁ କମ୍ପାନୀ ମାନି ଥିବା ଆରଡିସି ଶ୍ରୀମହାପାତ୍ର କହିଛନ୍ତି । ଏହି ପାଣ୍ଠି ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତା, ମହିଳା ସଶକ୍ତୀକରଣ ଓ ଅନ୍ୟାନ୍ୟ ଲୋକକଲ୍ୟାଣମୂଳକ କାର୍ଯ୍ୟକୁ ଆହୁରି ଗତି ମିଳିବ।ସମଗ୍ର ଭାବେ ଦେଖିଲେ, ଏହି RPDAC ବୈଠକରେ ପ୍ରକଳ୍ପର ବିକାଶ ସହ ବିସ୍ଥାପିତ ଓ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ପୁନର୍ବାସ, ଅଧିକାର, ନିଯୁକ୍ତି ଓ ମୌଳିକ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି। ବିସ୍ଥାପିତଙ୍କ ଅଭିଯୋଗ ଉପରେ ଗଠିତ ସବ୍ କମିଟିର ରିପୋର୍ଟ ଏବଂ ସିଏସ୍‌ଆର୍ ପାଣ୍ଠି ବୃଦ୍ଧି ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ସମସ୍ୟା ସମାଧାନରେ କେତେ ଫଳପ୍ରଦ ହେଉଛି, ତାହା ଉପରେ ନଜର ରହିବ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ