କୃଷକ ଉତ୍ପାଦକ ସଂଘ ର ସଦସ୍ୟଙ୍କ ନିମନ୍ତେ ସମନ୍ୱୟ ବୈଠକ ।
ଗଜପତି,୧୫.୮- (ମନୋଜ ପାଢ଼ୀ)ଗଜପତି ଜ଼ିଲ୍ଲା ରେ ଅବସ୍ଥିତ ବିଭିନ କୃଷକ ଉତ୍ପାଦକ ସଂଘ ର ସମୃଦ୍ଧି କରି କୃଷକ ମାନଙ୍କ ଜ଼ିବିକା ର ମାନ ବୃଦ୍ଧି ଉଦେଶ୍ୟ ରେ ୧୨ ଗୋଟି ଫାର୍ମସ୍ ପ୍ରଡୁସର ଅର୍ଗାନାଇଯେସନ ର ୩୦ ଜଣ ସିଇଓ , ବୋର୍ଡ଼ ସଭ୍ୟ ଙ୍କୁ ନେଇ ରା.ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଏକ ବୈଠକ ୦୪.୦୮.୨୦୨୬ ରେ ଅନୁଷ୍ଠିତ ହୋଇଯାଇଛି I କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼କ୍ଟର ସଂଗ୍ରାମ ପରମଗୁରୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ନାବାର୍ଡ ଡିଡ଼ଏମ , କୃଷି ବିଭାଗ , ଉଦ୍ୟାନ କୃଷି , ପଶୁପାଳନ , ଜଙ୍ଗଲ , ଓଡିଶା ଜୀବିକା ମିଶନ ର ଅଧିକାରୀ ମାନେ ଯୋଗ ଦେଇ କୃଷକ ଉତ୍ପାଦକ ସଂଘ ର ପରିଚାଳନା , କାର୍ଯ୍ୟଶୈଳି,ବଜ଼ାର ଭିତିକ ସମସ୍ୟା ତଥା , ବଜ଼ାରୀକରଣ ବିଷୟରେ ଆଲୋଚନା କରିଥିଲେ I କେନ୍ଦ୍ରର ଉଦ୍ୟାନ ବୈଜ୍ଞାନିକ ଡ଼କ୍ଟର ସୁଶ୍ରୀ ଚୌଧୁରୀ କର୍ମଶାଳା ରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କୃଷକ ମାନଙ୍କ ଦକ୍ଷତା ବୃଦ୍ଧି ର ବିଭିନ ଦିଗ ଗୁଡିକୁ ଉପସ୍ଥାପନା କରିଥିଲେ Iକୃଷକ ଉତ୍ପାଦକ ସଂଘ ର ସିଇଓ ମାନେ ନିଜର ଅଭିଜ୍ଞତା ଓ ସଫଳତା ର ମୂଳ ମନ୍ତ୍ର ପ୍ରଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ I କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଡ଼କ୍ଟର ଦେବାଶିଷ ଷଡ଼ଙ୍ଗୀ, କାର୍ଯ୍ୟକ୍ରମ ସହାୟକ ମନୋଜ କୁମାର ସାହୁ କାର୍ଯ୍ୟକ୍ରମ କୁ ସଂଚାଳନ କରିବା ରେ ସାହାଯ୍ୟ କରିଥିଲେ I ପରିଶେଷରେ ଯନ୍ତ୍ରପାତି ବୈଜ୍ଞାନିକ ଜାନୁଆରୀୟସ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ I
