ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ

ବୁଗୁଡ଼ା,୧୫/୦୮:ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ ଏରା ପବ୍ଲିକ୍ ସ୍କୁଲ, ସାଇ ସରସ୍ବତୀ ଶିଶୁ ମନ୍ଦିର, ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ, ଶୋଭନୀୟ ପବ୍ଲିକ୍ ସ୍କୁଲ୍, ପିପୁଲ୍ସ ହାଇସ୍କୁଲ, ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବୁଦ୍ଧଗିରି ବିଦ୍ୟାପୀଠ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଉତ୍ସବ ପାଳିତ ହୋଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ