ଗଞ୍ଜାମ ଜିଲ୍ଲା ଘରେ ଘରେ ତ୍ରିରଙ୍ଗା ଅଭିଯାନ, ଭାରତମାତା କି ଜୟ ଧ୍ୱନୀରେ କମ୍ପିଲା ସହର l

ଗଞ୍ଜାମ ଜିଲ୍ଲା ଘରେ ଘରେ ତ୍ରିରଙ୍ଗା ଅଭିଯାନ, ଭାରତମାତା କି ଜୟ ଧ୍ୱନୀରେ କମ୍ପିଲା ସହର l

ଗଞ୍ଜାମ ଜିଲ୍ଲା ଘରେ ଘରେ ତ୍ରିରଙ୍ଗା ଅଭିଯାନ, ଭାରତମାତା କି ଜୟ ଧ୍ୱନୀରେ କମ୍ପିଲା ସହର l

ଆସିକ: ଆସିକା ବ୍ଳକ ପ୍ରଶାସନ ଓ ପୌର ପରିଷଦର ମିଳିତ ସ‌ହ‌ଯୋଗରେ ଶୁକ୍ରବାର ଘରେ ଘରେ ତ୍ରିରଙ୍ଗା ଅଭିଯନ ୨୦୨୬ ଏବଂ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା I ସ୍ଥାନୀୟ ପିଏମଶ୍ରୀ ହରିହର ହାଇସ୍କୁଲ ପରିସରରେ ଘରେ ଘରେ ତ୍ରିରଙ୍ଗl ଅଭିଯାନ୨୦୨୬ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍କୀ ଭାସନ, ଆସିକା ବିଧାୟକ ସରୋଜ କୁମାର ପାଢୀ,ଭଂଜନଗର ଉପଜିଲ୍ଲାପାଳ ଭମଶଙ୍କର ବେହେରା, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ତହସିଲଦାର ସଙ୍ଗୀତା ସେଣ, ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‌ଗୋପାଳ ବେହେରା, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ସାରଦା ଶତପଥୀ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍ ଓ ଦେଶପ୍ରେମ ପ୍ରେମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ନାଗରିକ ମାନଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରିବା ସହ ଦେଶମାତୃକାକୁ ମନେ ପକାଇବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ପ୍ରକାଶ କରିଥିଲେ। ତ୍ରିରଙ୍ଗା ଶୋଭାଯାତ୍ରା ଆସିକା ପିଏମ୍‌ଶ୍ରୀ ହରିହର ହାଇସ୍କୁଲ ନିକଟରୁ ବାହାରି କଳିଙ୍ଗରୋଡ, ଲକ୍ଷ୍ମୀବଜାର,ବିନାୟକବଜାର, ଅଶୋକ ସିନେମା ରୋଡ, ଖମ୍ବେଶ୍ୱରୀପାଟଣା, ହରିହର ନଗର ଇତ୍ୟାଦି ଅଞ୍ଚଳ ପରିକ୍ରମା କରିଥିଲା । ଭାରତ ମାତା କୀ ଜୟ ଓ ବଦେ ମାତରମ୍ ଧ୍ଵନୀରେ ରାଜରାସ୍ତା ପ୍ରକମ୍ପିତ ହୋଇଥିଲା l ତ୍ରିରଙ୍ଗl ଶୋଭାଯାତ୍ରାରେ ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଏନ୍‌ସିସି କ୍ୟାଡେଟ୍, ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ, ଭାରତ ସ୍କାଇଟସ୍ ଓ ଗlଇଡସ୍‌ର ସ୍ୱେଚ୍ଛାସେବୀଙ୍କ ସମେତ ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ଵାଇଁ, ନିରଞ୍ଜନ ମହାନ୍ତି, ଶିବ କୁମାର ନାୟକ, ଭଗବାନ ସବୁ,ସନ୍ଦୀପ କୁମାର ପାଢୀ, ସଙ୍ଗୀତ କୁମାର ପାଢୀ, ନାରାୟଣ ସ୍ଵାଇଁ, ଟୁଲୁ ଜେନା, ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ଆଶିଷ ପାଢ଼ୀ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ନଗର ସୁରେନ୍ଦ୍ର ମହାରଣା, ଅନିଲ୍ କୁମାର ସୁଇଁ ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ସମିଲ ହୋଇଥିଲେ । ଦେଶ ସ୍ୱାଧୀନତାର ୮୦ ବର୍ଷ ପୂର୍ତି ତଥା ବନ୍ଦେ ମାତରମ୍‌ ୧୫୦ ବର୍ଷ ପୁର୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସରରେ ପିଏମ୍‌ଶ୍ରୀ ହରିହର ହାଇସ୍କୁଲ ପରିସରରେ ପୂଣ୍ୟତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ ଅନ୍ୟ ମହାମନିଷୀ ମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପରିବେଶର ସୁରକ୍ଷା ଲାଗି ଏକ ଚାରାରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇ ଇଥିଲା । ଗଣେଶ ପାଣିଗ୍ରାହୀ ରିପୋର୍ଟ