ଗଞ୍ଜାମ ଜିଲ୍ଲା ପୋଲସରାରେ ୮୦ତମ ସ୍ୱାଧୀନତା ଦିବସ ପାଳନ
ଗଞ୍ଜାମ ଜିଲ୍ଲା ପୋଲସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ସହ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଏହି ଉତ୍ସବରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ।ଗଞ୍ଜାମ ଜିଲ୍ଲା ରିପୋର୍ଟର — ଗଣେଶ ପାଣିଗ୍ରାହୀ ରିପୋର୍ଟ
