ଅସହାୟ ବୃଦ୍ଧଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର ବରଗଡ ।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଟାଉନ ଥାନା ସମ୍ମୁଖରେ ଏକ ଟ୍ରାଇସାଇକେଲ୍ରେ ଜଣେ ବୃଦ୍ଧ ମୃତ ଅବସ୍ଥାରେ ପଡ଼ିଥିବା ଖବର ପାଇ ନିଷ୍ଠା ପରିବାରର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ନାମ ଭୁବନ ସିଂହ ଏବଂ ତାଙ୍କ ଘର ବରଗଡ଼ର ବିଶିପଡ଼ା ବୋଲି ଜଣାପଡ଼ିଥିଲା।ଏ ନେଇ ନିଷ୍ଠା ପରିବାର ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା, ଆଶିଷ କିରଣ ମହାପାତ୍ର, ସତ୍ୟଜିତ ଦାଶ ଓ ସୂତପା ଗଡ଼ତିଆ ଟାଉନ ଥାନା ସହ ଯୋଗାଯୋଗ କରି ମୃତଦେହକୁ ଉଦ୍ଧାର କରାଇଥିଲେ। ପରେ ପୋଲିସ ପ୍ରଶାସନ ର ସହଯୋଗ ରେ ମୃତଦେହକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା।ମୃତଦେହର ବ୍ୟବଚ୍ଛେଦ ପରେ ମୃତକଙ୍କ କୌଣସି ସମ୍ପର୍କୀୟ ନଥିବାରୁ କିମ୍ବା ଶବର ଦାବୀ ଦାର ନଥିବାରୁ , ଟାଉନ ଥାନା ପକ୍ଷରୁ ନିଷ୍ଠା ପରିବାରକୁ ଅନୁମତି ପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ନିଷ୍ଠା ପରିବାର ପକ୍ଷରୁ ମୃତକଙ୍କ ମୃତଦେହକୁ ସସମ୍ମାନରେ ଶବ ସତ୍କାର କରାଯାଇଥିଲା।ଏହି ମହତ୍ କାର୍ଯ୍ୟରେ ଟାଉନ ଥାନାର ଏ.ଏସ୍.ଆଇ. ପୀତବାସ ଲେତିଙ୍କ ସହ ନିଷ୍ଠା ପରିବାରର ଆଶିଷ କିରଣ ମହାପାତ୍ର, ଶୁଭ୍ରାଂଶୁ ସରାଫ ଓ ସୂତପା ଗଡ଼ତିଆ ଉପସ୍ଥିତ ରହି ସହଯୋଗ କରିଥିଲେ।ମଣିଷ ଜୀବିତ ଥିବାବେଳେ ସେବା ଆବଶ୍ୟକ, ଆଉ ମୃତ୍ୟୁ ପରେ ସମ୍ମାନ ମଧ୍ୟ ତାଙ୍କର ଅଧିକାର।ଦୀର୍ଘ ଦଶନ୍ଧୀ ଧରି ଅସହାୟ ଙ୍କ ସେବାରେ ନିଷ୍ଠା ପରିବାର।
