ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଅନୁପ୍ରବେଶକାରୀ ମାନଙ୍କ ଦ୍ବାରା ଅନ୍ୟାୟ, ଅତ୍ୟାଚାର, ପରିବେଶ ନଷ୍ଟ ଓ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ, ରକ୍ଷଣା ବେକ୍ଷଣ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଅନୁପ୍ରବେଶକାରୀ ମାନଙ୍କ ଦ୍ବାରା ଅନ୍ୟାୟ, ଅତ୍ୟାଚାର, ପରିବେଶ ନଷ୍ଟ ଓ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ, ରକ୍ଷଣା ବେକ୍ଷଣ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଅନୁପ୍ରବେଶକାରୀ ମାନଙ୍କ ଦ୍ବାରା ଅନ୍ୟାୟ, ଅତ୍ୟାଚାର, ପରିବେଶ ନଷ୍ଟ ଓ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ, ରକ୍ଷଣା ବେକ୍ଷଣ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।ଗଜପତି, ୧୭.୪(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ ଏକ ପବିତ୍ର ଧାର୍ମିକ ସ୍ଥଳ ହେବା ସହ ଆଦିବାସୀ ସମ୍ପ୍ରଦାୟର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଗଭୀର ଭାବେ ଜଡିତ । ଏଭଳି ପୂଣ୍ୟ କ୍ଷେତ୍ର ଏବେ ଅଶାନ୍ତି ହୋଇପଡିଥିବା ଅଭିଯୋଗ ହୋଇଛି । ଆଜି ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମହେନ୍ଦ୍ରଗିରି ଗସ୍ତ ସମୟରେ ବିଶ୍ବାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ଓ ମହେନ୍ଦ୍ରଗିରି ପୂଜା କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ଉପୁଜିଥିବାକୁ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ଯେ ଏହି ଅଞ୍ଚଳରେ ମହେନ୍ଦ୍ରଗିରି ପୂଜା କମିଟି ବାରଘର ଆଦିବାସୀମାନେ ପୀଢ଼ି ପୀଢ଼ି ଧରି ପରମ୍ପରାଗତ ଭାବରେ ପୂଜା ଅର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକଳାପ ସହ ଏହାର ସୁରକ୍ଷା ପିତୃ ପୁରୁଷ କାଳରୁ କରି ଆସୁଅଛୁ । ଏହି ପୁଣ୍ୟ କାର୍ଯ୍ୟ କରିବା ଆମ ପାଇଁ ଏକ ଗୌରବର ବିଷୟ ଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ, ଆମ ଆଦିବାସୀଙ୍କ ଏକତା ଓ ବିଶ୍ବାସକୁ କୁଠାରା ଘାତ କରୁଛନ୍ତି । ବର୍ତ୍ତମାନ କିଛି ଅନୁପ୍ରବେଶକାରୀ ସେଠାରେ ଅବୈଧ ଭାବରେ ବସତି ସ୍ଥାପନ କରି ବିଭିନ୍ନ ସମୟରେ ଗୁଣ୍ଡା ଓ ମାଫିଆମାନଙ୍କୁ ପଠାଇ ପୂଜାରୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ଉପରେ ଅନ୍ୟାୟ ଓ ଅତ୍ୟାଚାର କରାଯାଉଛି । ଏହା ସହିତ ସ୍ଥାନୀୟ କିଛି ଉଚ୍ଚପଦସ୍ଥ ପ୍ରଭାବଶାଳୀ କ୍ଷମତାସୀନ ମୁଷ୍ଟିମେୟ ରାଜନେତା ଓ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ନିଜ ସ୍ବାର୍ଥ ସାଧନା ନିମନ୍ତେ ଭାରତ ସରକାରଙ୍କ ପ୍ରତ୍ନ ତତ୍ତ୍ଵ ବିଭାଗର ସମସ୍ତ ନିୟମାବଳୀକୁ ଉଲଂଘନ କରି ସେଠାରେ ‘“ଉନ୍ନୟନ ମୂଳକ କାର୍ଯ୍ୟ” ନାମରେ ମାଡବା ଓ ବଡ଼ମାସିଂ ଗ୍ରାମର କିଛି ବ୍ୟକ୍ତିବିଶେଷଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ଖୋଳା ଖୋଳି କରି କୃତ୍ରିମ ଲିଙ୍ଗ ଓ ମୂର୍ତ୍ତି ସ୍ଥାପନ କରି ମହେନ୍ଦ୍ରଗିରି ପର୍ବତର ପ୍ରାକୃତିକ ପରିବେଶ ଓ ଧାର୍ମିକ ଭାବାବେଗକୁ ନଷ୍ଟ କରୁଛନ୍ତି । ଏହା ଫଳରେ ଏଠାରେ ଥିବା ଦୁର୍ଲଭ ଔଷଧୀୟ ବୃକ୍ଷ, ଲତା ଗୁଡିକୁ କଟାଯାଉଥିବା ବେଳେ ଏଠାରେ ଥିବା ପ୍ରାଚୀନ ଲିଙ୍ଗ-ମୂର୍ତ୍ତୀ ଆଦିକୁ ନଷ୍ଟ କରୁଛନ୍ତି । ଏହା ସହ “ଆଶ୍ରମ” ନାମରେ କିଛି ସାଧୁ ବେଶ ଧାରି ଗୁଣ୍ଡା ଶ୍ରେଣୀୟ ଅସାମାଜିକ ବ୍ୟକ୍ତି ସେଠାରେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପ ଯେପରିକି ମଦ, ମାଂସ, ଗଂଜେଇ ବ୍ୟବହାର କରିବା ସହ ମୂର୍ତ୍ତି, ଲିଙ୍ଗ ଓ ଔଷଧୀୟ ବୃକ୍ଷ ଚୋରା ଚାଲାଣ ଇତ୍ୟାଦି କାର୍ଯ୍ୟ କରିଚାଲିଛନ୍ତି । ଏଥିରେ ସ୍ଥାନୀୟ ପ୍ରଶାସନର କିଛି ତଳସ୍ତରୀୟ କର୍ମଚାରୀମାନଙ୍କୁ ନିଜ ଆୟତରେ ରଖି ସମସ୍ତ ଅବୈଧ କାର୍ଯ୍ୟକଳାପ ଚାଲୁଅଛି । ଏହି ସମସ୍ତ କାର୍ଯ୍ୟ ମାଧ୍ୟମରେ ସ୍ଥାନୀୟ ଆଦିବାସୀମାନଙ୍କ ସମ୍ପତ୍ତି, ସମ୍ମାନ, ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଅଧିକାରକୁ ପୂର୍ଣ୍ଣ ଭାବରେ ଦଳି ଚକଟି କରି କ୍ଷୁର୍ଣ କରାଯାଉଛି । ଏହାକୁ ସ୍ଥାନୀୟ ପୂଜାରୀ ଓ ଅଞ୍ଚଳବାସୀ ସ୍ବର ଉତ୍ତୋଳନ କଲେ ବିଭିନ୍ନ ସମୟରେ ଦୁର୍ବୃତ୍ତ ଆଖ୍ୟା ଦେଇ ଆମ ନାମରେ ମିଥ୍ୟା ମକଦମା ରୁଜୁ କରି ଆମକୁ ହଇରାଣ ହରକତ କରାଯାଉଥିବାର ପ୍ରଶାସନକୁ ଜଣାଇଛନ୍ତି । ଏପରିକି ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଉଛି ଓ ଆମ ମାଆ ଭଉଣୀଙ୍କୁ ଆଶାଳିନ ଭାଷାରେ ଗାଳି ଦେଇ ବେଈଜତ କରିବା ସହ ବିଭିନ୍ନ ସମୟରେ ଆକ୍ରମଣର ପ୍ରୟାସ କରାଯାଉଛି । ଯାହା ଫଳରେ ବିଭିନ୍ନ ସମୟରେ ପୂଜାବିଧି ଓ ଦେବନୀତି କାର୍ଯ୍ୟରେ ବ୍ୟାଘାତ ହେବା ସହିତ ଆମ୍ଭେ ପୂଜାରୀ ପରିବାର ନିଜକୁ ସୁରକ୍ଷିତ ମନେ କରୁନାହୁଁ ବୋଲି ଜଣାଇଛନ୍ତି ।

ତେଣୁ ମହେନ୍ଦ୍ରାଞ୍ଚଳ ଆଦିବାସୀ ମାନଙ୍କର ସାମାଜିକ ସୁରକ୍ଷା, କୌଳିକ ପ୍ରଥା, ରୀତିନୀତି, ପୂଜା ବିଧି, ସଂସ୍କୃତି ଓ ପରମ୍ପରାର ଅଧିକାରକୁ ନିଶ୍ଚିନ୍ତ କରାଯିବା ସହ ମହେନ୍ଦ୍ରଗିରି ଅଞ୍ଚଳରେ ଘଟୁଥିବା ସମସ୍ତ ଘଟଣାର ପ୍ରଶାସନିକ ସ୍ତରରେ ନିରପେକ୍ଷ ଭାବେ ତଦନ୍ତ କରି ଅନୁପ୍ରବେଶକାରୀମାନଙ୍କ ଅବୈଧ କାର୍ଯ୍ୟକଳାପ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବା ସହ ସ୍ଥାନୀୟ ଆଦିବାସୀ ଓ ପୂଜାରୀମାନଙ୍କୁ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାକୁ ବିଶ୍ବାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚର ସଭାପତି ଇଂ. ସୁରେନ୍ଦ୍ର ମଣ୍ଡଳ ଓ ମହେନ୍ଦ୍ରଗିରି ପୂଜା କମିଟିର ସଭ୍ୟମାନେ ଜିଲ୍ଲାପାଳଙ୍କୁ ଠାରେ ଅଭିଯୋଗ କରିଥିଲେ ।