ଗଞ୍ଜାମ ଜିଲ୍ଲା ନିର୍ବାଚନକୁ ଦୃଷ୍ଟିରେ ରଖି ଭାମଶ୍ଯାଳି ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ।
ବୁଗୁଡ଼ା ୧୦/୦୮/୨୬ ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ଭାମଶ୍ଯାଳି ବିଜେପି ପକ୍ଷରୁ ଆଜି ଏକ ସାଙ୍ଗଠନିକ ବୈଠକ ବୁଗୁଡ଼ା ବ୍ଲକ ଭାମଶ୍ଯାଳି ପଞ୍ଚାୟତର ଗୁପ୍ତେଶ୍ୱର ଶୈବପୀଠରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବରିଷ୍ଠ ନେତା ତଥା ସଙ୍ଗଠକ ପ୍ରଫୁଲ୍ଲ କୁମାର ଗୌଡଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ହରିହର ପ୍ରଧାନ, ସୁରେନ୍ଦ୍ର ନାଥ ବରାଡ,ସଞ୍ଜୟ କୁମାର ବଢ଼େଇ, ଗୌତମ ବଢ଼େଇ, ନାରାୟଣ ଦାସ, ନାରାୟଣ ପୋଲାଇ,ଲଡୁ କିଶୋର ଦାସ, ନାରାୟଣ ବେହେରା,ବାଦଲ ଗୌଡ଼, ସନ୍ତୋଷ କୁମାର ଗୌଡ, ପୂର୍ଣ୍ଣଚନ୍ଦ୍ର ବିଷୋୟୀ ସମେତ ଦୁଇ ସହରୁ ଉର୍ଦ୍ଧ୍ବ ବରିଷ୍ଠ ଓ କନିଷ୍ଠ ଆଗଧାଡିର କର୍ମକର୍ତ୍ତା ମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନା ଅଂଶଗ୍ରହଣ କରିଥିଲେ। ଗତ ପଞ୍ଚାୟତର ନିର୍ବାଚନରେ ବିଜେପି ପକ୍ଷରୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ କୁମାର ଗୌଡ ଛିଡ଼ା ହୋଇ ଦୃଢତାର ସହ ଲଢ଼ି କମ୍ ଭୋଟ ବ୍ୟବଧାନରେ ହାରିଥିଲେ । ଏହା ପରେ ଗତ ସାଧାରଣ ନିର୍ବାଚନ ୨୦୨୪ରେ ସେ ଓ ତାଙ୍କ ସହ କର୍ମୀଙ୍କ ଉଦ୍ୟମରେ ବିଜେପିକୁ ଭଲ ଭୋଟ ଏହି ପଞ୍ଚାୟତରୁ ମିଳିଥିଲା। ଏହାଦ୍ବାରା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ବିଜୟ ପଥରେ ସହାୟକ ହୋଇଥିଲା। ଏହାସତ୍ତ୍ୱେ କିଛି କର୍ମୀ ନିଜ ସ୍ବାର୍ଥ ହାସଲ କରିବା ଦ୍ୱାରା ଏବେ ଦଳୀୟ ସଙ୍ଗଠନ ଏହି ପଞ୍ଚାୟତରେ ଦୃବଳ ହେବା ସହ ଭୁଶୁଡିବାରେ ଲାଗିଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାମଶ୍ଯାଳି ପଞ୍ଚାୟତରେ ସହମତି କ୍ରମେ ପ୍ରଫୁଲ୍ଲ କୁମାର ଗୌଡ ବିଜେପି ସଙ୍ଗଠନର ଦାୟିତ୍ୱ ନେଇ ବିଜେପିକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ସୃଦୁଢ ସହିତ ବିଜୟ ହାସଲ କରିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି। ଏହାକୁ ନେଇ ଭାମଶ୍ଯାଳି ପଞ୍ଚାୟତର ଦୁଇ ସହରୁ ଉର୍ଦ୍ଧ୍ବ ବରିଷ୍ଠ ଓ କନିଷ୍ଠ ଏବଂ ଆଗଧାଡିର କର୍ମକର୍ତ୍ତା ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ କରିଥିଲେ । ଏହା ସହିତ ଏହି ବୈଠକରେ ବିଭିନ୍ନ ବିଷୟବସ୍ତୁ ଓ ନୂତନ କମିଟି ଗଠନ କରି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ଏବଂ ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଆଲୋଚନା ହୋଇଥିଲା । ଗଣେଶ ପାଣିଗ୍ରାହୀ ରିପୋର୍ଟ
