ଭୀମଦଲି ଘାଟିର ବୁଲାଣିଆ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ ।

ଭୀମଦଲି ଘାଟିର ବୁଲାଣିଆ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ ।

ଭୀମଦଲି ଘାଟିର ବୁଲାଣିଆ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ ।

ଗଜପତି,୮.୮(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ନିକଟସ୍ଥ ବୁଲାଣିଆ ଭୀମଦଲି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି| ଟ୍ରକ୍‌ଟିର ଟାୟାର୍ ଫାଟି ଯାଇଥିବାରୁ ଚାଳକ ଭାରସାମ୍ୟ ରକ୍ଷା କରି ନପାରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଛି ଟ୍ରକ୍‌ଟି ଲୁହା ସାମଗ୍ରୀ ବୋଝେଇ କରି ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ। ପୋଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମାତ୍ର କିଛି ଘଣ୍ଟା ବ୍ୟବଧାନରେ ରାସ୍ତା ସ୍ବାଭାବିକ କରିବା ପରେ ସମସ୍ତ ଯାନବାହାନ ଚଳାଚଳ ଆରମ୍ଭ କରିଥିଲା ।