Home / Odisha News / ଟିକାବାଲି କଲେଜରେ ରାଜନୀତି ବିଜ୍ଞାନର ଅଧ୍ୟାପକଙ୍କୁ ବିଦାୟ ସମ୍ବର୍ଦ୍ଧନା…

ଟିକାବାଲି କଲେଜରେ ରାଜନୀତି ବିଜ୍ଞାନର ଅଧ୍ୟାପକଙ୍କୁ ବିଦାୟ ସମ୍ବର୍ଦ୍ଧନା…

ଟିକାବାଲି କଲେଜରେ ରାଜନୀତି ବିଜ୍ଞାନର ଅଧ୍ୟାପକଙ୍କୁ ବିଦାୟ ସମ୍ବର୍ଦ୍ଧନା...

ଟିକାବାଲି କଲେଜରେ ରାଜନୀତି ବିଜ୍ଞାନର ଅଧ୍ୟାପକଙ୍କୁ ବିଦାୟ ସମ୍ବର୍ଦ୍ଧନା…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )୦୪/୦୭/୨୦୨୬: କନ୍ଧମାଳ ଜିଲ୍ଲା ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ରତନ କୁମାର ଦିଗାଳଙ୍କ ଅନ୍ୟତ୍ର ସ୍ଥାନାଅନ୍ତରଣ ଯୋଗୁଁ ଉଭୟ ଛାତ୍ରଛାତ୍ରୀ ଓ ଆନୁଷ୍ଠାନିକ ସ୍ତରରେ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇଟି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ, ବହୁ ସଂଖ୍ୟକ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।ଉଭୟ ସଭାରେ ବକ୍ତାମାନେ ଶ୍ରୀ ରତନ କୁମାର ଦିଗାଳଙ୍କ ଦକ୍ଷ ଶିକ୍ଷକତା ଜୀବନ, ନିଷ୍ଠା, ସମୟାନୁବର୍ତ୍ତିତା ଓ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଆନ୍ତରିକତାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କେବଳ ଜଣେ ଦକ୍ଷ ଶିକ୍ଷକ ନୁହନ୍ତି, ବରଂ ଜଣେ ଆଦର୍ଶ ମାର୍ଗଦର୍ଶକ ଭାବେ ସମସ୍ତଙ୍କ ହୃଦୟରେ ସ୍ଥାନ ଅଧିକାର କରିଥିବା କଥା ସମସ୍ତେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି ଅବସରରେ ବିଦାୟୀ ଅଧ୍ୟାପକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା। ଶ୍ରୀ ରତନ କୁମାର ଦିଗାଳ ନିଜର ବକ୍ତବ୍ୟରେ ସେ ମହାବିଦ୍ୟାଳୟ ପରିବାର ଓ ଛାତ୍ରଛାତ୍ରୀଙ୍କ ସ୍ନେହ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।