“ଆମ ରାହୁଲ ଗାନ୍ଧୀ” ସଙ୍ଗୀତ ଭିଡିଓ ଉନ୍ମୋଚିତ…
.ଭୁବନେଶ୍ୱର,:- (ରିପୋର୍ଟ କୁନା ଦିଗାଲ )୫ ଅଗଷ୍ଟ: ସାଇ ଶକ୍ତି ପ୍ରଡକ୍ସନ ବ୍ୟାନରରେ ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ପ୍ରଯୋଜନାରେ, ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ଅନୁରାଗ ଦାସଙ୍କ ସୁମଧୁର କଣ୍ଠରେ ଏବଂ ଇଞ୍ଜିନିୟର ଅଜୟ କୁମାର ସେଠୀଙ୍କ ରଚନାରେ ପ୍ରସ୍ତୁତ ଜନନାୟକ ଶ୍ରୀ ରାହୁଲ ଗାନ୍ଧୀଙ୍କ ଜୀବନ, ଆଦର୍ଶ, ସଂଘର୍ଷ ଓ ଜନସେବାକୁ ଆଧାର କରି ନିର୍ମିତ ସଙ୍ଗୀତ ଭିଡିଓ ” *ଆମ ରାହୁଲ ଗାନ୍ଧୀ* ” ର ଶୁଭ ଉନ୍ମୋଚନ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ସମ୍ପନ୍ନ ହୋଇଛି ।ଏହି ସଙ୍ଗୀତ ଭିଡିଓକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉନ୍ମୋଚନ କରିଥିଲେ । ନିଜ ଅଭିଭାଷଣରେ ସେ ଏହି ସଙ୍ଗୀତ ଭିଡିଓ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ଆଦର୍ଶ, ସଂଘର୍ଷ ଓ ଦେଶ ପ୍ରତି ସମର୍ପଣର ବାର୍ତ୍ତା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଆଶା ପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଶ୍ରୀ ଯଶବନ୍ତ ସିଂହ ଲାଗୁରି, ବିଧାୟକ ଶ୍ରୀ ଅଶୋକ ଦାସ, ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଜେନା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।ଏହି ଅବସରରେ ଶ୍ରୀ ପ୍ରକାଶ ମିଶ୍ର, ଶ୍ରୀ ରଜନୀକାନ୍ତ ମହାନ୍ତି, ଶ୍ରୀ ମାନସ ଆଚାର୍ଯ୍ୟ, ଶ୍ରୀ ସନ୍ତୋଷ ପ୍ରଧାନ, ଶ୍ରୀ ବିଶ୍ୱଜିତ ରାଉତ, ଶ୍ରୀ ସନ୍ତୋଷ ନାୟକଙ୍କ ସମେତ ବହୁ ବରିଷ୍ଠ ଓ ଯୁବ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।ସଙ୍ଗୀତ ଭିଡିଓର ପ୍ରଯୋଜକ ଶ୍ରୀ ପ୍ରତାପ କୁମାର ପ୍ରଧାନ କହିଥିଲେ ଯେ, “ଆମ ରାହୁଲ ଗାନ୍ଧୀ” କେବଳ ଏକ ସଙ୍ଗୀତ ନୁହେଁ, ବରଂ ଦେଶର ଯୁବପିଢ଼ିଙ୍କ ପାଇଁ ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରା, ସରଳତା, ସଂଘର୍ଷ ଓ ଜନସେବାର ଆଦର୍ଶକୁ ସଙ୍ଗୀତ ମାଧ୍ୟମରେ ପହଞ୍ଚାଇବାର ଏକ ବିନମ୍ର ପ୍ରୟାସ ।ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ, ଶ୍ରୀ ତାପସ ସେଠୀ, ଶ୍ରୀ ଯୁଗଳ କିଶୋର ନାୟକ ଏବଂ ଶ୍ରୀ ପ୍ରକାଶ ଦିଗାଳଙ୍କ ବିଶେଷ ସହଯୋଗ ରହିଥିଲା ।ଶେଷରେ ସମସ୍ତ ଅତିଥି, ସାମ୍ବାଦିକ ବନ୍ଧୁ ଏବଂ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା ।
